ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଡ୍ରଗ୍ସ ମାମଲାରେ ନୀରବତା ଭାଙ୍ଗିଲେ ଆର୍ଯ୍ୟନ୍ ଖାନ୍, କହିଲେ ସତରେ କଣ ମୁଁ ଏହା ଡିଜର୍ଭ କରେ କି ?

11/06/2022 at 11:21 AM

ମୁମ୍ୱାଇ ୧୧/୦୬: ଗତ ୨୦୨୧ ନଭେମ୍ବର ସ୍ୱାଧୀନ ଅନୁସନ୍ଧାନକାରୀ ଦଳ (SIT) ଶାହାରୁଖ ଖାନଙ୍କ ପୁଅଙ୍କ ସମତେ ଅନ୍ୟ ୧୯ଜଣଙ୍କ ବିରୁଦ୍ଧରେ ଡ୍ରଗ୍ସ ସେବନ ଏବଂ ରଖିବା ଅଭିଯୋଗରେ କେସ୍ କରିଥିଲା । ଏହି ମାମଲାର ଅନୁସନ୍ଧାନ କରୁଥିବା ଏନସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ର ଜୋନାଲ ନିର୍ଦ୍ଦେଶାଳୟ ଦ୍ୱାରା ଏହି ମାମଲା କରାଯାଇଥିଲା । ଏହି କେସର ନେତୃତ୍ୱ ନେଇଥିଲୈ ସମୀର ୱାଙ୍ଖଡେ ।

ଅକ୍ଟୋବର ୨ରେ ଗୋଆ ବନ୍ଧା ହୋଇଥିବା କ୍ରୁଜରୁ ଡ୍ରଗ୍ସ ଉଦ୍ଧାର କରାଯାଇଥିଲା । ଯେଉଁଥିରେ ଆର୍ଯ୍ୟନ୍ ଖାନ୍ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ଏନସିବି ଗିରଫ କରିଥିଲା । ଡ୍ରଗ୍ସ ମାମଲାରେ ଗିରଫ ହେବାପରେ ଆଜି ପ୍ରଥମ ଥର ପାଇଁ ଆର୍ଯ୍ୟନ୍ ଖାନ୍ ନୀରବତା ଭାଙ୍ଗିଛନ୍ତି । ନିକଟରେ ଗଣମାଧ୍ୟମର ଏକ ସାକ୍ଷାତକାରରେ କହିଛନ୍ତି ସଞ୍ଜୟ ସିଂ ଆର୍ଯ୍ୟନ୍ ଖାନଙ୍କ ସହ ବାର୍ତ୍ତାଳାପ ବିଷୟରେ କହିଛନ୍ତି ।

ଏନସିଆଇର ଡେପୁଟି ଡାଇରେକ୍ଟର ଜେନେରାଲ୍ (ଅପରେସନ୍ସ) ସଞ୍ଜୟ ସିଂ ହିଁ ଏସଆଇଟିର ମୁଖ୍ୟ ଥିଲେ । ରାଜ ଚେଙ୍ଗପ୍ପାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସଞ୍ଜୟ ସିଂ ସ୍ୱୀକାର କରିଛନ୍ତି ଯେ ମୋତେ ବିଶ୍ୱାସ ନଥିଲା ଯେ, ଆର୍ଯ୍ୟନ୍ ଖାନ ଡ୍ରଗ୍ସ ସହ ଜଡିତ ଥିବେ । ସଞ୍ଜୟ କହିଛନ୍ତି ଯେ ମୁଁ ଆର୍ଯ୍ୟନ୍ ଖାନଙ୍କୁ କହିଛି ଯେ ସେ ତାଙ୍କ ସହ ଖୋଲା ମନ ଦେଇ କଥା ହେବାକୁ ଆସିଛନ୍ତି ଏବଂ ସେ ତାଙ୍କ ପ୍ରଶ୍ନ କିମ୍ବା ପ୍ରଶ୍ନର ଉତ୍ତର ଦେଇ ପାରିବେ ।

ଆର୍ଯ୍ୟନ୍ ଖାନ୍ ସଞ୍ଜୟ ସିଂଙ୍କୁ ପଚାରିଥିଲେ ସାର୍, ଆପଣ ମୋତେ ଏକ ଆନ୍ତର୍ଜାତୀୟ ଡ୍ରଗ୍ ବେପାରୀର ଆଖ୍ୟା ଦେଇଛନ୍ତି । ମୁଁ ଡ୍ରଗ୍ସରେ ଟଙ୍କା ବିନିଯୋଗ କରୁଛି, ଏହା ଦର୍ଶାଯାଇଛି, ତୁମ ଦ୍ୱାରା ଲଗାଯାଇଥିବା ଚାର୍ଜଗୁଡ଼ିକ ଅବୈଧ ନୁହେଁ କି ? ସେମାନେ ମୋ ଠାରୁ drug ପାଇନଥିଲେ, ତଥାପି ସେମାନେ ମୋତେ ଗିରଫ କଲେ । ସାର୍, ତୁମେ ମୋ ସହିତ ବହୁତ ଭୁଲ୍ କରିଛ ଏବଂ ମୋର ପ୍ରତିଷ୍ଠାକୁ ନଷ୍ଟ କରିଛ । ମୋତେ ଏତେ ସପ୍ତାହ ଧରି ଜେଲରେ ରଖାଯାଉଥିଲା, କଣ ପ୍ରକୃତରେ ମୁଁ ଏହା ଯୋଗ୍ୟ କି?

   Related Posts