ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦେଶର ସର୍ବକନିଷ୍ଠ ମେୟର ୨୧ ବର୍ଷୀୟା ଆର୍ୟା, ଆଇନ୍‌ ଛାତ୍ରୀଙ୍କୁ ବଡ଼ ଦାୟିତ୍ବ

25/12/2020 at 5:27 PM

ନୂଆଦିଲ୍ଳୀ ୨୫/୧୨: ମାତ୍ର ୨୧ ବର୍ଷ ବୟସରେ ମେୟର। ୨୧ ବର୍ଷୀୟା ଯୁବତୀ ଭାରତର ସର୍ବକନିଷ୍ଠ ମେୟର। ସର୍ବକନିଷ୍ଠ ମେୟରଙ୍କୁ ନେଇ ଦେଶରେ ଚର୍ଚ୍ଚା ଜୋର ଚାଲିଛି। କେରଳରେ ଚାଲିଥିବା ନଗର ନିଗମ ନିର୍ବାଚନ  ଫଳାଫଳ ପ୍ରକାଶ ପାଇବା ପରେ ଥିରୁଅନନ୍ତପୁରମର ମେୟର ହେବାକୁ ଯାଉଛନ୍ତି ୨୧ ବର୍ଷୀୟା ଆର୍ୟା ରାଜେନ୍ଦ୍ରନ।

କଲେଜ୍‌ ଛାତ୍ରୀ ଆର୍ୟା ରାଜେନ୍ଦ୍ରନ୍‌ ସହରରେ ନୂଆ ମେୟର ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଭାରତର ସର୍ବକନିଷ୍ଠ ମେୟର ହୋଇଯିବେ। ମିଳିଥିବା ସୂଚନା ଅନୁସାରେ ସିପିଏମ ଥିରୁଅନନ୍ତପୁରମର ମେୟର ଭାବେ ଆର୍ୟା ରାଜେନ୍ଦ୍ରନଙ୍କ ନାଁ ସୁପାରିଶ କରିଥିଲା । ରାଜ୍ୟ କମିଟି ପ୍ରସ୍ତାବକୁ ଗ୍ରହଣ କରିଥିବା ବେଳେ ଏନେଇ ଶନିବାର ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ଥିରୁଅନନ୍ତପୁରମ ସ୍ଥିତ ଅଲ୍‌ ସେଣ୍ଟ କଲେଜର ଆଇନ୍‌ ଛାତ୍ରୀ ହେଉଛନ୍ତି ଆର୍ୟା । ନିର୍ବାଚନରେ ଆର୍ୟା ମୁନାଭାନମୁଗଲ ଓ୍ବାର୍ଡରୁ ବିଜୟୀ ହୋଇଛନ୍ତି। ଏହା ସହ ଦଳରେ ସର୍ବକନିଷ୍ଠ ନେତ୍ରୀ ଭାବେ ଜଣାଯାଆନ୍ତି ଆର୍ୟା ରାଜେନ୍ଦ୍ରନ୍‌।

   Related Posts