ନୂଆଦିଲ୍ଲୀ: ଆସନ୍ତା ନୀତି ଆୟୋଗ ବୈଠକରେ ଯୋଗ ଦେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ବୈଠକ ବୟକଟ୍ କରିବାକୁ କେଜରିୱାଲ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯେଉଁଠି ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ଏକ ଜୋକ ହୋଇ ଗଲାଣି ସେଠି ନୀତି ଆୟଗୋ ବୈଠକରେ କଣ ଯୋଗ ଦେବ ବୋଲି କେଜରିୱାଲ କହିଛନ୍ତି।
ଚିଠିରେ କେଜରିୱାଲ୍ ଲେଖିଛନ୍ତି “ ଲୋକେ କହିଲେଣି ଯଦି ମୋଦୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ ତେବେ ଲୋକେ ନ୍ୟାୟ ପାଇଁ କୁଆଡ଼େ ଯିବେ ? ଯେଉଁଠି ସଯୋଗୀ ସଂଘୀୟ ବ୍ୟବସ୍ଥା ଏକ ମଜାକ ହୋଇ ରହିଯାଇଛି ସେଠି ନୀତି ଆୟୋଗ ବୈଠକରେ କଣ ଯୋଗ ଦିଆଯିବ?”
ମେ ୨୭ ତାରିଖରେ ନୀତି ଆୟୋଗ ବୈଠକ ଆୟୋଜିତ ହେବ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା ହେବ। ୨୦୪୭ ସୁଦ୍ଧା ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରୂପେ ଗଢ଼ି ତୋଳିବାକୁ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ସଶକ୍ତିକରଣ ଏବଂ ନିର୍ମାଣ ସଶକ୍ତିକରଣ ବିଷୟରେ ଆଲୋଚନା ହେବ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ନୀତି ଆୟୋଗର ନିର୍ଣ୍ଣାୟକ ଟିମ୍।
ଯଦି ମୁଖ୍ୟମନ୍ତ୍ରୀମାନେ ନୀତି ଆୟୋଗ ବୈଠକ ବର୍ଜନ କରିବେ ତେବେ ଭାରତୀୟ ବ୍ୟବସ୍ଥା ବିଗିଡ଼ିଯିବ। କେବଳ ଅରବିନ୍ଦ କେଜରିୱାଲ ନୁହଁନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ବୈଠକରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।