୧୬ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ, ରାମଲୀଳା ମଇଦାନ ହେବ ଉତ୍ସବ

Published By : Prameya-News7 Bureau | February 12, 2020 IST

ନୂଆଦିଲ୍ଲୀ ୧୨।୦୨:  ମଙ୍ଗଳବାର ଦିନ ଦିଲ୍ଲୀ ନିର୍ବାଚନ ପାଇଁ ଭୋଗ ଗଣତି ହୋଇଛି । ଗଣତିରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ୍‌ ଆଦମୀ ପାର୍ଟି ବିପୁଳ ଆସନରେ ବିଜୟୀ ହୋଇଛି । ୭୦ ବିଧାନସଭା ସିଟ୍‌ ବିଶିଷ୍ଟ ଆସନରୁ ଆମ୍‌ ଆଦମୀ ପାର୍ଟି ୬୨ସିଟ୍‌ ଅକ୍ତିଆର କରିଥିବା ବେଳେ ବିଜେପି ୮ଟି ସିଟ୍‌ରେ ବିଜୟୀ ହୋଇଛି । ତେବେ ଦିଲ୍ଲୀରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଅରବିନ୍ଦ୍ର କେଜ୍ରିଓ୍ବାଲ । ଆସନ୍ତା ୧୬ତାରିଖ ଦିନ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ । ଏନେଇ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି ।  

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ବିପୁଳ ଜନ ସମର୍ଥନ ପାଇଛନ୍ତି କେଜ୍ରିଓ୍ବାଲ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଅରବିନ୍ଦ କେଜ୍ରିୱାଲ । ଫେବୃୟାରୀ ୧୬ତାରିଖ ଦିନ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। ୧୬ ତାରିଖରେ କେଜରିଓ୍ୱାଲଙ୍କ ସହ କ୍ୟାବନେଟ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ବୁଧବାର ଦିନ ଆପ୍‌ର ବିଧାୟକ ଦଳ ବୈଠକ ବସିବ । ଏଥିରେ କେଜ୍ରିୱାଲଙ୍କ ବିଧାୟକ ଦଳ ନେତା ବଛାଯିବର ସମ୍ଭାବନା ରହିଛି । କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.