ମନୀଷ ସିସୋଦିଆଙ୍କ ଘରେ CBI ଛଢାଉ ପରେ ବିଜେପିର ସାଂଘାତିକ୍ ଅଭିଯୋଗ: ମନୀଷଙ୍କ ଲୋକପ୍ରିୟତାରେ ଡରି କେଜରିୱାଲ୍‌ ଦେଇଥିବେ ସିବିଆଇକୁ ସୂଚନା

Published By : Prameya-News7 Bureau | August 19, 2022 IST

ନୂଆଦିଲ୍ଲୀ: ଦିଲ୍ଲୀରେ ନୂଆ ଅବକାରୀ ନିୟମ ଆଣି ଦୁର୍ନୀତି କରାଯାଇଛି ବୋଲି ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ରେଡ୍ କରିଛି ସିବିଆଇ। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ସମୟରେ ରାନୀତି ଗୋଟି ଚଳାଇଛି ବିଜେପି। ମନୀଷଙ୍କ ଘରେ ସିବିଆଇ ଚଢ଼ାଉ ପାଇଁ କେଜରିୱାଲ୍‌ଙ୍କୁ ଦାୟୀ କରିଛି ବିଜେପି। ସିସୋଦିଆଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ କେଜରିୱାଲ୍ ଗୁପ୍ତରେ ସିବିଆଇଙ୍କୁ ଦୁର୍ନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ତଦନ୍ତ କରୁଥିବା ସିବିଆଇ ଆଜି ସକାଳେ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରିଛି। ସିବିଆଇ ଉପରୁ ନିର୍ଦ୍ଦେଶ ପାଇ କାର୍ଯ୍ୟ କରୁଛି। ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଉଛି ବୋଲି ଆପ୍ ଅଭିଯୋଗ ଆଣିଥିଲା। ଏହାର ଉତ୍ତର ରଖି ବିଜେପି ସାଂସଦ ପ୍ରଭେସ ବର୍ମା ରାଜନୈତିକ ଉଦ୍ଦେଶ୍ୟକୁ ଖଣ୍ଡନ କରିଛନ୍ତି। ତେବେ ସେ ଆପ୍‌କୁ ଟାର୍ଗେଟ୍ କରିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି “ସମ୍ଭବତଃ ଅରବିନ୍ଦ କେଜରିୱାଲ୍ ସିବିଆଇଙ୍କୁ ସମସ୍ତ ସୂଚନା ଦେଇଥାଇପାରନ୍ତି।”

ପ୍ରଭେସ ଦାବି କରିଛନ୍ତି ଯେ ପୂର୍ବତନ ଆପ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତୈନ୍ଦ୍ର ଜୈନଙ୍କର ଲୋକପ୍ରିୟତା ବଢୁଛି। ଏଥିରେ କେଜରିୱାଲ ଭୟଭୀତ ଅଛନ୍ତି। ତେଣୁ ଦୁଇ ନେତାଙ୍କୁ ବାହାର କରିଦେବା ପାଇଁ କେଜରିୱାଲ୍ ସେମାନଙ୍କ ବିରୋଧରେ ସିବିଆଇକୁ ସୂଚନା ଦେଇଥାଇପାରନ୍ତି ବୋଲି ବିଜେପି ସାଂସଦ ଅଭିଯୋଗ କରିଛନ୍ତି। ତେବେ ଆପ୍‌ ସଂସ୍ଥାପକ ଅରବିନ୍ଦ କେଜରିୱାଲ୍‌ ବି ଖୁବଶୀଘ୍ର ଜେଲ୍‌ ଯିବେ ବୋଲି ବର୍ମା କହିଛନ୍ତି।

ଶ୍ରୀ ବର୍ମା ଆହୁରି ମଧ୍ୟ କହିଛନ୍ତି “ଜୈନ ଓ ସିସୋଦିଆ କେଜରିୱାଲ୍‌ଙ୍କ ବିନା ଅନୁମତିରେ ସୌଚାଳୟ ବି ଯାଇପାରିବେ ନାହିଁ। ବର୍ତ୍ତମାନ ସତ୍ୟୈନ୍ଦ୍ରେ ଜେନ୍ ୩ ମାସ ହେଲା ଜେଲ୍‌ରେ ଅଛନ୍ତି। ଏବେ ମନୀଷ ସିସୋଦିଆଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି। ତେଣୁ କେଜରିୱାଲ୍‌ କେତେ ଦିନ ଯାଏ ଏଥିରୁ ଦୂରେଇ ରହିପାରିବେ ?”

ଶ୍ରୀ ବର୍ମା ସିଧା ସିଧା କେଜରିୱାଲ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି କେଜରିୱାଲ୍‌ ଏଥିରେ ମାଷ୍ଟରମାଣ୍ଡ। ଯେତେବେଳେ ଦୁର୍ନୀତି ଅଭିଯୋଗ ଆସିଛି ସେତେବେଳେ କେଜରିୱାଲ୍‌ ତାଙ୍କ ମନ୍ତ୍ରୀମାନଙ୍କୁ ଜେଲ୍‌କୁ ପଠାଇ ଦେଇଛନ୍ତି। ତେଣୁ ସେ କେତେ ସଚ୍ଚୋଟ ଏକଥା ଜଣାପଡ଼ୁଛି ବୋଲି ବିଜେପି ସାଂସଦ ଶ୍ରୀ ବର୍ମା କହିଛନ୍ତି।   

ଏପଟେ ସିସୋଦିଆଙ୍କ ସମର୍ଥନରେ ଆସିଛନ୍ତି କେଜରିୱାଲ୍। ସେ କହିଛନ୍ତି ସିସୋଦିଆଙ୍କ ବିରୋଧରେ ଅଭିଯୋଗ ଆସିବା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆସିଛି ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏଥର ବି ସିବିଆଇ କୌଣସି ଭୁଲ୍ କାମ ପାଇବ ନାହିଁ ବୋଲି କେଜରିୱାଲ୍ କହିଛନ୍ତି।   

ଅବକାରୀ ନୀତି ୨୦୨୧-୨୨ରେ ଅନିୟମିତତା ଅଭିଯୋଗରେ ସିବିଆଇ ଗିରଫ କରିଛି। ଦିଲ୍ଲୀରେ GNCTD Act 1991 ଆକ୍ଟ, ToBR)-1993, ଦିଲ୍ଲୀ ଅବକାରୀ ଆକ୍ଟ ୨୦୦୯, ଏବଂ ଦିଲ୍ଲୀ ଅବକାରୀ ନିୟମ ୨୦୧୦ ଆଦିର ଉଲ୍ଲଘଂନ ଦର୍ଶାଇ ଦିଲ୍ଲୀ ମୁଖ୍ୟ ଶାସନ ସାଚିବ ଏକ ରିପୋର୍ଟ ପ୍ରଦାଶନ କରିଥିଲେ। ଏହାପରେ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଥିଲା। ଟେଣ୍ଡର ଓ ମଦ ବିକ୍ରି ଲାଇସେନ୍ସକୁ ନେଇ ଦୁର୍ନୀତି ହୋଇଥିବା କୁହାଯାଇଥିଲା। 

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.