ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଅଭିଜ୍ଞ ଚୋର’ ବୟାନର ଜବାବ ରଖିଲେ ଅରବିନ୍ଦ କେଜରିୱାଲ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | May 24, 2024 IST

ନୂଆଦିଲ୍ଲୀ ୨୪।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ‘ଗତ ୨ ବର୍ଷ ହେଲା ଏମାନେ ଚିଲଉଛନ୍ତି ମଦ ଦୁର୍ନୀତି ହୋଇଛି। ମୋତେ ଗିରଫ କରାଗଲା, ସଞ୍ଜୟ ସିଂହଙ୍କୁ ଗିରଫ କରାଗଲା, ମନିଷ ସିସୋଦିଆକୁ ଜେଲକୁ ପଠାଇ ଦେଲେ। ଏତେ ଯାଞ୍ଚ ହେଲା, ୫୦୦ରୁ ଅଧିକ ଚଢଉ କରାଗଲା ହେଲେ ଏଥିରେ ସେମାନଙ୍କୁ ଦୁର୍ନୀତିର ଗୋଟିଏ ବି ପଇସା କେଉଁଠି ମିଳିନି’। 

କେଜରିୱାଲ କହିଛନ୍ତି ଯେ ମଦ ଦୁର୍ନୀତି ମାମଲାରେ ସେମାନଙ୍କ ପାଖରେ କୌଣସି ରିକଭରି ନାହିଁ କି ପ୍ରମାଣ ବି ନାହିଁ। ସେମାନେ କହୁଛନ୍ତି ଆମେ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଛୁ। କିଛି ଦିନ ପୂର୍ବରୁ କହୁଥିଲେ ୧,୧୦୦ କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି। ଯଦି ଏହା ୧୦୦ କୋଟି ହେଉ ବା ୧,୧୦୦ କୋଟିର ଦୁର୍ନୀତି ହେଉ କୋଉଠି ନା କୋଉଠି ଏହାର ପଇସା ଥିବ। ସେମାନେ ୫୦୦ରୁ ଅଧିକ ଚଢଉ କଲେ ହେଲେ ସେମାନଙ୍କୁ ଗୋଟିଏ ବି ପଇସା ମିଳିଲାନି। 

ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଯଦି ଆମେ ଦୁର୍ନୀତିରେ ପଇସା ନେଇଛୁ କେଉଁଠି ହେଲେ ଖର୍ଚ୍ଚତ କରିଛୁ ନା, ହେଲେ ସେମାନଙ୍କୁ ପଇସାର ହିସାବ କିତାବ ବି ମିଳୁନି। କେଉଁଠି ତ ଆମେ ଜ୍ୱେଲରୀ କିଣିଥିବୁ, ଜମି କିଣିଥିବୁ, କେଉଁଠି କିଛି କ୍ୟାସ୍ ବି ରଖିଥିବୁ, କେଉଁଠି ବ୍ୟାଙ୍କରେ ଖାତା ଖୋଲିଥିବୁ। ହେଲେ କେଉୁଁଠୁ କିଛି ହେଲେ ମିଳିନି। କେଜରିୱାଲ ଅଭିଯୋଗ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ଏକ ଇଣ୍ଟରେଭ୍ୟୁରେ ପ୍ରଶ୍ନ କରାଗଲା କେଜରିୱାଲ କହୁଛନ୍ତି ଏହି ତଥାକଥିତ ମଦ ଦୁର୍ନୀତିରେ କେଉଁଠି କିଛି ମିଳିନି। ଏହାର ପ୍ରଧାନମନ୍ତ୍ରୀ ଯାହା ଜବାବ ଦେଲେ ତାହା ସମସ୍ତଙ୍କୁ ଚମତ୍କୃତ କରିବ। ପ୍ରଧାନମନ୍ତ୍ରୀ କହିଲେ ଏଥିରେ କେଉଁଠି କିଛି ରିକଭରି ଏଥି ପାଇଁ ହୋଇ ନାହିଁ, ପଇସା ଏଥି ପାଇଁ ମିଳିଲାନି, କେଉଁ ପ୍ରମାଣ ଏଥି ପାଇଁ ମିଳୁନି କାରଣ ଅରବିନ୍ଦ କେଜରିୱାଲ ଜଣେ ‘ଅଭିଜ୍ଞ ଚୋର’। 

ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କାଲି ସାରା ଦେଶ ଆଗରେ ସ୍ୱୀକାର କରିଛନ୍ତି ଏହି ମଦ ଦୁର୍ନୀତିରେ କେଉଁଠୁ କିଛିବି ପ୍ରମାଣ ମିଳି ନାହିଁ। ଯଦି କୌଣସି ପ୍ରମାଣ ମିଳି ନାହିଁ ଏହାର ଅର୍ଥ ତାଙ୍କର ସିବିଆଇ ନିକ୍କମା। ତାଙ୍କର ସବୁ ଇଡି ଅଫିସର ନିକମ୍ମା। ପ୍ରଧାନମନ୍ତ୍ରୀ ସାରା ଦେଶ ସାମ୍ନାରେ ମାନିଛନ୍ତି ଗୋଟିଏ ବି ପ୍ରମାଣ ନାହିଁ ଓ ଅରବିନ୍ଦ କେଜରିୱାଲ ‘ଅଭିଜ୍ଞ ଚୋର’। ପ୍ରଧାନମନ୍ତ୍ରୀ ମହାଶୟ ଯେବେ ଆପଣ ସ୍ୱୀକାର କରୁଛନ୍ତି ମଦ ଦୁର୍ନୀତି ପ୍ରକାରଣ ହିଁ ମିଥ୍ୟା, ଏହା ବିରୋଧରେ କୌଣସି ପ୍ରମାଣ ନାହିଁ, ତେବେ ଏହାକୁ ଛାଡି ଦିଅନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.