ଜେଲ୍‌ରେ ରହିବେ ନା ବାହାରିବେ କେଜ୍ରିଓ୍ବାଲ ? ଇଡି ଗିରଫକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | April 15, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । କେଜ୍ରିଓ୍ବାଲଙ୍କ ଗିରଫକୁ ବିରୋଧ କରି ଆପ୍ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛି । ଏହାର ଶୁଣାଣି କରିବେ ଜଷ୍ଟିସ୍  ସଞ୍ଜୀବ ଖାନ୍ନ ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କ ଡବଲ ବେଞ୍ଚ୍ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତିହାର ଜେଲରେ ରହିବେ ନା ତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିବ, ସେନେଇ ଆଜି  ଫୈସଲା ହେବ । 

ମଦି ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଆରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଏହାକୁ ବେଆଇନ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆପ୍ ସୁପ୍ରିମୋ । ମାତ୍ର ସେଠାରୁ ତାଙ୍କୁ ଆଶ୍ବସ୍ତି ମିଳିନଥିଲା । ମନିଲଣ୍ଡ୍ରିଂ ମାମଲାରେ ଗିରଫକୁ ହାଇକୋର୍ଟ ଉଚିତ୍ ବୋଲି କହିଥିଲେ । ପରେ ଇଡି ଗିରଫକୁ ଅଣସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ପ୍ରଥମେ ସର୍ବୋଚ୍ଚ ଅଦାଲତ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ, ହେଲେ ସୋମବାର ଏହାର ଶୁଣାଣି ପାଇଁ ସମୟ ଦେଇଥିଲେ ।  

ମଦ ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଆପ୍ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଇଡି ଦୁଇ ଥର ରିମାଣ୍ଡରେ ନେବା ପରେ କୋର୍ଟ ଙ୍କୁ ତିହାର ଜେଲକୁ ପଠାଇଯାଇଛି । ଅନ୍ୟପଟେ କେଜ୍ରିଓ୍ବାଲଙ୍କୁ ଆଜି ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନ୍ । ଏନେଇ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଥିଲେ । ଆଗମୀ ଲୋକସଭା ନିର୍ବାଚନ କାର୍ଯ୍ୟପନ୍ଥା ବାବଦରେ ଦୁଇ ନେତା ମଧ୍ୟରେ ଆଲୋଚନା ହେବ ।

  • delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.