WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଏଥର ଯାଞ୍ଚରୁ କିଛି ନମିଳିଲେ ଇସ୍ତଫା ଦେବେ କି’ ପ୍ରଧାନମନ୍ତ୍ରୀ ?’: ବାସଭବନ ନବୀକରଣ ମାମଲାରେ କେଜରିୱାଲଙ୍କ ଟାର୍ଗେଟ

28/09/2023 at 6:44 PM

Arvind Kejriwa​‌

ନୂଆଦିଲ୍ଲୀ: ବାସଭବନ ନବୀକରଣ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ଯାଞ୍ଚ କରିବାକୁ ଯାଉଛି । ଆଉ ଏହାକୁ ନେଇ ଏବେ ରାଜନୀତି ଦେଖିବାକୁ ମିଳିଛି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପିଏମ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି । ​କେଜରିଓ୍ବାଲ କହିଛନ୍ତି ‘ଯଦି ଏଥର ଯାଞ୍ଚରେ କିଛି ନମିଳିବ ତା’ହେଲେ ପିଏମ ଇସ୍ତଫା ଦେବେ ତ ?’ ସୂଚନାଥାଉକି, ଗତ କାଲି ଏହି ମାମଲାରେ ସିବିଆଇ କେସ୍‌ ରୁଜୁ କରି ଯାଞ୍ଚ କରିବା ନେଇ ଖବର ଆସିଥିଲା। ବିରୋଧୀ ମଧ୍ୟ କେଜରିଓ୍ବାଲଙ୍କ ବାସଭବନ ନବୀକରଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଆସୁଥିଲେ।

‘କେଜରିଓ୍ବାଲ ନଇଁବା ଲୋକ ନୁହେଁ’

ଏହି ମାମଲାରେ କେଜରିଓ୍ବାଲ କହିଛନ୍ତି ‘‘ଏହା ପ୍ରଥମ ଥର ନୁହେଁ । ଏଥିରୁ ଜଣାପଡ଼ୁଛି ପ୍ରଧାନମନ୍ତ୍ରୀ ଡରିଯାଇଛନ୍ତି। ଏପର୍ଯ୍ୟନ୍ତ ୮ ବର୍ଷରେ ୫୦ରୁ ଅଧିକ ଯାଞ୍ଚ ହୋଇଛି। ୩୩ରୁ ଅଧିକ କେସ୍‌ କରାଯାଇଛି। ଯାଞ୍ଚରେ କିଛି ମିଳିନାହିଁ। ଏହି ଯାଞ୍ଚର ସ୍ବାଗତ କରୁଛି ହେଲେ କିଛି ମିଳିବନି। ଏମାନେ କାମ କରୁନାହାଁନ୍ତି କେବଳ ଭାଷଣବାଜୀ କରୁଛନ୍ତି। ’’ ସେ ଆହୁରି କହିଛନ୍ତି ‘କେଜରିଓ୍ବାଲ ନଇଁବା ଲୋକ ନୁହେଁ।’ ସେମାନେ କେଜରିଓ୍ବାଲ ସ୍କୁଲ ତିଆରି କରିବାରେ ଘୋଟାଲା କରିଛନ୍ତି, ପାଣି ଘୋଟାଲା, ଅବକାରୀ ଘୋଟାଲା, ଦୁନିଆରେ ବୋଧ ହୁଏ ସବୁଠୁ ଅଧିକ ଯାଞ୍ଚ ମୋର ହେଇଥିବ। ହେଲେ କେସ୍‌ରେ କିଛି ମିଳିନାହିଁ। ଏଥିରେ ମଧ୍ୟ କିଛି ମିଳିବନି। ଯେତେବେଳେ କିଛି ଗଡ଼ବଡ଼ ନାହିଁ ତ’ କ’ଣ ମିଳିବ।’’

ଆହୁରି ପଢ଼ନ୍ତୁ: କେଜରିୱାଲଙ୍କ ସରକାରୀ ବଙ୍ଗଳାରେ କୋଟି କୋଟି ଟଙ୍କା ଖର୍ଚ୍ଚର ଯାଞ୍ଚ କରିବ ସିବିଆଇ, ରୁଜୁ ହେଲା ମାମଲା

ମିଥ୍ୟା ଯାଞ୍ଚ କରିବା ଅପରାଧରେ ଇସ୍ତଫା ଦେବେ ?: କେଜରିଓ୍ବାଲ

କେଜରିଓ୍ବାଲ କହିଛନ୍ତି, ‘‘ଜଣେ ଚତୁର୍ଥ ପାସ୍‌ ରାଜା ଠାରୁ ଆଉ କ’ଣ ଆଶା କରାଯାଇପାରିବ ? ଯିଏ ୨୪ ଘଣ୍ଟା କେବଳ ଯାଞ୍ଚ-ଯାଞ୍ଚ ଖେଳ ଖେଳୁଛନ୍ତି। ସେମାନେ ଚାହୁଛନ୍ତି ମୁଁ ମଧ୍ୟ ଅନ୍ୟ ନେତାଙ୍କ ଏବଂ ପାର୍ଟୀ ଭଳି ତାଙ୍କ ସହ ମିଶି ଯାଏ। ସେମାନେ ଯେତେ​‌ବି ମିଥ୍ୟା ଯାଞ୍ଚ କରନ୍ତୁନା କାହିଁକି ଏମାନଙ୍କ ସାମ୍ନାରେ ନଇଁବା ଲୋକ ନୁହେଁ। ମୁଁ ସେମାନଙ୍କୁ ଚାଲେଞ୍ଜ ଦେଉଛି- ଯେଉଁଭଳି ଗତ ବର୍ଷ ଯାଞ୍ଚରେ କିଛି ମିଳିନଥିଲା, ସେହିଭଳି ଯଦି ଏହି ଯାଞ୍ଚରେ ମଧ୍ୟ କିଛି ନମିଳିବ ତା’ହେଲେ କ’ଣ ମିଥ୍ୟା ଯାଞ୍ଚ କରିବା ଅପରାଧରେ ଇସ୍ତଫା ଦେବେ ?’’

ସୂଚନାଯୋଗ୍ୟ, ସିବିଆଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ନୂଆ ସରକାରୀ ବାସଭବନ ନିର୍ମାଣରେ ହୋଇଥିବା ଦୁର୍ନୀତି ଅଭିଯୋଗ ହୋଇଥିଲା। ପ୍ରକୃତରେ କଂଗ୍ରେସ ଏବଂ ବିଜେପି ଭଳି ପାର୍ଟୀ ଏହା ଅଭିଯୋଗ କରିଆସୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ବଙ୍ଗଳାର ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପାର୍ଟୀ ଦାବି କରିଛନ୍ତି ନବୀକରଣରେ ଲକ୍ଷାଧିକ ଟଙ୍କାର ପରଦା ଏବଂ ମାର୍ବଲ ଲଗାଯାଇଥିଲା।

   Related Posts