ମୋରବି ପୋଲ ଦୁର୍ଘଟଣାକୁ ନେଇ ଭୂପେନ୍ଦ୍ର ପଟେଲ ସରକାର ଉପରେ ବର୍ଷିଲେ କେଜରିୱାଲ, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ ୧।୧୧: ଗୁଜରାଟ ମୋରବିରେ ଝୁଲାପୋଲ ନଦୀକୁ ଖସିବା ଯୋଗୁ ସାରା ଦେଶରେ ଶୋକର ଲହରି ଖେଳିଯାଇଛି। ଏଥିରେ କ୍ଷମତାସୀନ ସରକାର ଏହି ପୋଲକୁ ନେଇ ନିଜ ପକ୍ଷ ସ୍ପଷ୍ଟ କରିବାକୁ ଜୋରସୋର ଉଦ୍ୟମ କରୁଛନ୍ତି। ଆମଆଦମୀ ପାର୍ଟି (ଆପ) ଜାତୀୟ ଆବାହକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଗୁଜରାଟର ଭୂପେନ୍ଦ୍ର ପଟେଲ ସରକାର ଉପରେ ପୋଲ ଦୁର୍ଘଟଣାକୁ ନେଇ ବର୍ଷିଛନ୍ତି। ସେ କହିଛନ୍ତି ଯେ ଗୁଜରାଟରେ ନରେନ୍ଦ୍ର ମୋଦିଙ୍କ ସରକାରରେ ହୋଇଥିବା ଭ୍ରଷ୍ଟାଚାରର ପାହାଡ ଏବେ ଭାଙ୍ଗି ପଡିଛି।  

ଏହି ଦୁର୍ଘଟଣାରେ ଏତେ ଲୋକ ହତାହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେଜରିୱାଲ କହିଛନ୍ତି। ଏହା ପରେ ଭୂପେନ୍ଦ୍ର ପଟେଲ ତାଙ୍କ ପଦରେ ରହିବାର ନୈତିକତା ହରାଇଛନ୍ତି।  ହେଲେ ସରକାର ଏପର୍ଯ୍ୟନ୍ତ ଇସ୍ତଫା ନ ଦେଇ ସଫେଇ ଦେବାର ଯଥାର୍ଥତା କଣ ବୋଲି କେଜରିୱାଲ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ କେଜରିୱାଲ ଏହାକୁ ବଡ଼ ଭ୍ରଷ୍ଟାଚାରର ମାମଲା ବୋଲି କହିଛନ୍ତି, ଯାହାକୁ ଚପେଇ ଦେବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି।

wp:embed {"url":"https://twitter.com/ArvindKejriwal/status/1587366323004133376","type":"rich","providerNameSlug":"twitter","responsive":true}
https://twitter.com/ArvindKejriwal/status/1587366323004133376
/wp:embed

ଏକ ଘଡ଼ି ତିଆରି କମ୍ପାନୀକୁ ପୋଲ ରକ୍ଷଣାବେକ୍ଷଣାର ଦାୟିତ୍ୱା ବିନା କୌଣସି ଟେଣ୍ଡରରେ ଦିଆଯାଇଥିଲା ବୋଲି କେଜରିୱାଲ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ଯେଉଁ ଏତଲା ହୋଇଛି ଏଥିରେ ନା କାହା ବିରୋଧରେ ଅଭିଯୋଗ କରାଯାଇଛି ନା କମ୍ପାନୀର ନାମ ରହିଛି ନା ମାଲିକର। ଏଣୁ ଘଟଣାକୁ ଚପେଇ ଦେବାକୁ ସବୁ ସ୍ତରରେ ଉଦ୍ୟମ କରାଯାଉଥିବା କେଜରିୱାଲ  ଅଭିଯୋଗ କରିଛନ୍ତି।  

ସେହିପରି ଦିଲ୍ଲୀରେ ଯୋଗ କକ୍ଷ ବନ୍ଦ କରିବା ଲାଗି ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଭିଡାଓଟରା ନେଇ ମଧ୍ୟ କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ ଗତବର୍ଷ ଡିସେମ୍ବର ମାସରେ ‘ଦିଲ୍ଲୀର ଯୋଗଶାଳା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ଯେ କୌଣସି ମହଲାର ୨୫ ଜଣ ଲୋକେ ଯୋଗ ପ୍ରଶିକ୍ଷକଙ୍କୁ ଡକାଇ ପ୍ରଶିକ୍ଷଣ ପ୍ରାପ୍ତ କରିପାରିବାର ବ୍ୟବସ୍ଥା ଥିଲା। ଗତ ୧୧ ମାସ ହେଲା ୧୭ ହଜାର ଲୋକେ ଏହାର ଲାଭ ପାଉଥିଲେ। ଏବେ ବନ୍ଦ ହୋଇଗଲା ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.