କେଜରିୱାଲ୍ ମୋ ଗୁରୁ, ତାଙ୍କୁ ଧୋକା ଦେଇପାରିବି ନାହିଁ: ବିଜେପି ମୁଖ୍ୟମନ୍ତ୍ରୀ ପଦ ଅଫର ପରେ ଏମିତି କହିଲେ ମନୀଷ ସିସୋଦିଆ

Published By : Prameya-News7 Bureau | August 22, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବିଜେପି ଦଳର ସମିଲ୍ ହେବାକୁ ଅଫର ଦେଇଥିବା ଅଭିଯୋଗ ହୋଇଛି। ନିଜେ ସିସୋଦିଆ ଏହି ଅଭିଯୋଗ କରିଛନ୍ତି। ବିଜେପିର ଜଣେ ନେତା ତାଙ୍କୁ ଫୋନ୍ କରି ଦଳରେ ସାମିଲ୍ ହେଲେ ସିବିଆଇ ମାମଲା ଉଠାଇ ନେବୁ ବୋଲି କହିଥିବା ସିସୋଦିଆ ଅଭିଯୋଗ କରିଛନ୍ତି। ତେବେ ଏହି ଅଫର୍ ଉପରେ ସେ ତାଙ୍କର ପ୍ରତିକ୍ରିୟା ବି ଦେଇଛନ୍ତି।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି “ ମୋତେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଥିବା ବିଜେପିକୁ ମୋର ଉତ୍ତର। ଅରବିନ୍ଦ କେଜରିୱାଲ ଜୀ ମୋର ରାଜନୈତିକ ଗୁରୁ। ତାଙ୍କ ସହ ମୁଁ କେବେ ବେଇମାନୀ କରିପାରିବି ନାହିଁ। ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଆସିନି। ମୋର ସ୍ୱପ୍ନ ଦେଶର ସମସ୍ତ ପିଲାଙ୍କୁ ଭଲ ଶିକ୍ଷା ମିଳୁ। ତେବେ ଯାଇ ଭାରତ ଏକ ନମ୍ବର ଦେଶ ହୋଇପାରିବ। ପୂରା ଦେଶରେ ଏହି କାମ କେବଳ କେଜରିୱାଲ ଜୀ କରିପାରିବେ।”

ତେବେ କେଉଁ ବିଜେପି ନେତା ସିସୋଦିଆଙ୍କୁ କଲ୍ କରି ଅଫର୍ ଦେଇଥିଲେ ସେ ବିଷୟରେ ସମସ୍ତଙ୍କୁ ଜଣାଇବ ଆପ୍। କଲ୍‌ କରିଥିବା ମନ୍ତ୍ରୀଙ୍କର ଫୋନ୍‌ ରେକର୍ଡ ବି ଦଳ ପାଖରେ ଅଛି। ଆବଶ୍ୟକ ପଡ଼ିଲେ ଦଳ ବିଜେପି ମନ୍ତ୍ରୀଙ୍କର ଭଏସ୍‌ କଲ୍‌ ରେକର୍ଡ ଜାରି କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ବିଜେପି ପକ୍ଷରୁ ମିଳିଥିବା ଅଫର୍ ମନୀଷ ସିସୋଦିଆ କହିଛନ୍ତି “ମୋତେ ଏକ ଟେକ୍ସ ମେସେଜ୍ ମିଳିଲା ଯେଉଁଥିରେ କୁହାଯାଇଛି ଯେ ଦଳ ଛାଡ଼ିଲେ କିମ୍ବା ଭାଙ୍ଗିଦେଲେ ମୋ ବିରୋଧରେ ଲାଗିଥିବା ସିବିଆଇ ଓ ଇଡି ମାମଲା ଉଠା ନିଆଯିବ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.