ଶପଥ ଗ୍ରହଣ ଲାଗି PMଙ୍କୁ କେଜରିୱାଲଙ୍କ ଆମନ୍ତ୍ରଣ

Published By : Prameya-News7 Bureau | February 14, 2020 IST

ନୂଆଦିଲ୍ଲୀ ୧୪।୨: ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି । ରବିବାର ଫେବୃଆରୀ ୧୬ ତାରିଖ ଦିନ କେରଜିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବେ। ରାମଲିଳା ମୈଦାନରେ ଏଥିଲାଗି ଉତ୍ସବ ଆୟୋଜନ କରାଯାଇଥିବା ବେଳେ କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ବରିଷ୍ଠ ଆପ୍ ନେତା ଗୋପାଲ ରାୟ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ଉତ୍ସବକୁ ବିଜେପିର ୭ ଜଣ ସାଂସଦ ଓ ନବ ନିର୍ବାଚିତ ୮ ଜଣ ବିଧାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। 

{"id":224442,"sizeSlug":"large"}

ତେବେ ଏହି ଉତ୍ସବକୁ ଅନ୍ୟ କୌଣସି ଦଳର ନେତା ଅଥବା କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ରାୟଙ୍କ ଅନୁସାରେ ଏହା ଦିଲ୍ଲୀର ଉତ୍ସବ ଏଣୁ ରାଜଧାନୀର ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ଏଣୁ ଏଥିରେ ବିଜେପିର ସମସ୍ତ ୭ ଜଣ ସାଂସଦଙ୍କ ସମେତ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜୟୀ ବିଜେପି ବିଧାୟକଙ୍କୁ ନିମନ୍ତ୍ରିତ କରାଯାଇଛି।

{"id":224444,"sizeSlug":"large"}

ଆପ ସଂଯୋଜକ କେଜରୀୱାଲ ଦିଲ୍ଲୀବାସୀଙ୍କୁ ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବାକୁ ଗଣମାଧ୍ୟମରେ ବିଜ୍ଞାପନ ଦେଇ ଆମନ୍ତ୍ରିତ କରିଛନ୍ତି। କାର୍ଯ୍ୟସୂଚୀ ଅନୁସାରେ କେଜରୀୱାଲ ରବିବାର ସକାଳ ୧୦ଟା ବେଳେ ରାମଲିଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସୂଚନା ଯୋଗ୍ୟଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ର ବମ୍ପର ବିଜୟ ହୋଇଛି। ପାର୍ଟିକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିବା ବେଳେ ୭୦ରୁ ୬୨ଟି ଆସନର୍ ଆପ ବିଧାୟକ ପ୍ରାର୍ଥୀମାନେ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.