ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ: ଆପ୍‌ର ଷ୍ଟାର୍ ପ୍ରଚାରକ ତାଲିକାର ହରଭଜନ ସିଂହ ସାମିଲ୍

Published By : Prameya-News7 Bureau | November 11, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ତାର ଷ୍ଟାର୍ ପ୍ରଚାରକ ତାଲିକା ଜାରି କରିଛି। ଏଥିରେ କ୍ରିକେଟର ହରଭଜନ ସିଂହଙ୍କ ନାଁ ରହିଛି। ଡିସେମ୍ବର ୪ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଶୁକ୍ରବାର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଆପ୍। ଏଥିରେ ହରଭଜନଙ୍କ ସହ ଅରବିନ୍ଦ କେଜରିୱାଲ୍, ବିଧାୟକ ରାଜେନ୍ଦ୍ର ପାଲ ଗୌତମ ରହିଛନ୍ତି।

ଏହି ତାଲିକାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଷୋଦିଆ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ, ରାଘବ ଚଡ୍ଡା ଏବ ଏନ୍‌ଡି ଗୁପ୍ତା ମଧ୍ୟ ରହିଛନ୍ତି।

ତେବେ ଷ୍ଟାର ପ୍ରଚାରକଙ୍କ ପାଇଁ ପାର୍ଟି କେତେ ଖର୍ଚ୍ଚ କରୁଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ନିର୍ବାଚନ ଆଇନ ଅନୁସାରେ ଏସବୁ ଖର୍ଚ୍ଚ ଦଳ ବହନ କରିବ।  ଆପର ଷ୍ଟାର ପ୍ରଚାରକ ତାଲିକାରେ ଆହୁରି ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ କୈଳାଶ ଗେହେଲୋଟ, ଗୋପାଳ ରାୟ, ଇମ୍ରାନ ହୁସେନ, ରାଜ କୁମାର ଆନନ୍ଦ, ଦିଲ୍ଲୀର ଦୁର୍ଗା ପାଠକ, ବିଶେଷ ରବି, ଅତିସି, ସୌରଭ ଭରଦ୍ୱାଜ ଏବଂ ଦିଲ୍ଲୀର ଅନ୍ୟ ମନ୍ତ୍ରୀମାନେ ବି ରହିଛନ୍ତି।

୨୫୦ ୱାର୍ଡ ବିଶିଷ୍ଟକ ଦିଲ୍ଲୀ ମ୍ୟନିସିପାଲ ନିର୍ବାଚନ ପାଇଁ ଡିସେମ୍ବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଭୋଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.