scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରିକୁ ନେଇ ପୁଣି କୋର୍ଟରେ ଅରବିନ୍ଦ କେଜରିୱାଲ, ୨୫ ହଜାର ଟଙ୍କାର ଜରିମନାକୁ କଲେ ଚାଲେଞ୍ଜ

9/06/2023 at 8:48 PM

ଅହମ୍ମଦାବାଦ ୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଆପ)ର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତାର ଡିଗ୍ରିକୁ ନେଇ ପୁଣି ଥରେ କୋର୍ଟକୁ ଯାଇଛନ୍ତି। କେଜରିୱାଲ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗତ ମାର୍ଚ୍ଚ ମାସରେ କୋର୍ଟ ଦେଇଥିବା ଆଦେଶର ପୁନର୍ବିଚାର ନିମନ୍ତେ ନିବେଦନ କରିଛନ୍ତି। କୋର୍ଟ ଗୁଜରାଟ ୟୁନିଭର୍ସିଟିଙ୍କ ପିଟିସନକୁ ସ୍ୱୀକାର କରି କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ସେହି ଆଦେଶକୁ ଖାରଜ କରିଦେଇଥିଲେ ଯେଉଁଥିରେ ଡିଗ୍ରି ଦେଖାଇବାକୁ କୁହାଯାଇଥିଲା ବୋଲି  କେଜରିାୱଲ କହିଛନ୍ତି।

ଏ ଖବର ପଢନ୍ତୁ-ବିଜେପିକୁ କେଜ୍ରିଓ୍ଵାଲଙ୍କ ଟାର୍ଗେଟ୍- “୨୦୨୫ ତ ଛାଡନ୍ତୁ, ୨୦୫୦ ନିର୍ବାଚନ ବି ଜିତି ପାରିବେ ନାହିଁ”

କୋର୍ଟ ସିଆଇସିଙ୍କ ଆଦେଶ ଖାରଜ କରିବା ସହିତ କେଜରିୱାଲଙ୍କ ଉପରେ ୨୫ ହଜାର ଟଙ୍କାର ଜରିମନା ନିର୍ଦ୍ଦେଶ ମଧ୍ୟ କରିଥିଲେ। ଆପ ସଂଯୋଜକ ଏହା ଉପରେ ମଧ୍ୟ ଦ୍ୱିତୀୟବାର ବିଚାର କରିବାକୁ ନିବେଦନ କରିଛନ୍ତି ଓ ନିଜର ତର୍କ ରଖିଛନ୍ତି। ଗୁଜରାଟ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବୀରେନ ବୈଷ୍ଣବ ଶୁକ୍ରବାର ଅରବିନ୍ଦ କେଜରିୱାଲଙ୍କ ଆବେଦନକୁ ଶୁଣାଣି ନିମନ୍ତେ ସ୍ୱୀକାର କରିଛନ୍ତି। ମାମଲାରେ କୋର୍ଟ ଗୁଜରାଟ ବିଶ୍ୱବିଦ୍ୟାଳୟ, କେନ୍ଦ୍ର ସରକାର, ସିଆଇସି ଓ ପୂର୍ବତନ ସିଆଇସି କମିଶନର ଏମ.ଶ୍ରୀଧର ଆଚାର୍ୟାଲୁଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ଆଗାମୀ ଶୁଣାଣି ଜୁନ ୩୦ରେ ହୋଇପାରେ।

ଆବେଦନରେ କେଜରିୱାଲ କହିଛନ୍ତି ଯେ ସେତେବେଳେ ୟୁନିଭର୍ସିଟି ପକ୍ଷରୁ କୋର୍ଟରେ ଉପସ୍ଥିତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରି ୟୁନିଭର୍ସିଟି ୱେବସାଇଟ୍‌ରେ ଉପଲବ୍ଧ ଅଛି। ତେବେ କେଜରିୱାଲ କହିଛନ୍ତି ଯେ ୱେବସାଇଟ୍ ଦେଖିବା ପରେ ସେଥିରେ କୌଣସି ଡିଗ୍ରି ଉପଲବ୍ଧ ନଥିବା ଦେଖାଯାଇଛି ବରଂ ସେଠାରେ ଏକ ଅଫିସ୍ ରେଜିଷ୍ଟର(ଓଆର) ଥିବା ଦେଖାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଓଆରରେ କୌଣସି ମୋହର ଅଥବା ସ୍ୱାକ୍ଷର ମଧ୍ୟ ନାହିଁ, ଏଣୁ ଏହାର ସତ୍ୟାପନ ମଧ୍ୟ ଅସମ୍ଭବ ।  

ଏ ଖବର ପଢନ୍ତୁ- ଦିଲ୍ଲୀର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଶୀର୍ବାଦ ଦରକାର, ଏମସିଡି ନିର୍ବାଚନ ଜିତିବା ପରେ କହିଲେ କେଜ୍ରିଓ୍ଵାଲ

କେଜରିୱାଲ ତାଙ୍କ ଆବେଦନରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ଅଧିକାରୀକ ୱେବସାଇଟ୍‌ରେ ଡିଗ୍ରିର ପ୍ରଦର୍ଶନକୁ କୋର୍ଟଙ୍କ ପୁରୁଣା ଆଦେଶର ସମୀକ୍ଷା ଲାଗି ମୁଖ୍ୟ ଆଧାର ରୂପେ ଗ୍ରହଣ କରାଯାଇଛି। ସେ ଏହା ମଧ୍ୟ କଛନ୍ତି ଯେ ମେହେଟ୍ଟା ସେଦିନ ପ୍ରଥମ ଥର ମୌଖିକ ରୂପେ ଡିଗ୍ରି ୱେବସାଇଟରେ ଉପଲବ୍ଧ ବୋଲି କହିଥିଲେ। ତେବେ ସେଦିନ ଏହାକୁ ସତ୍ୟାପନ କରିବା ଲାଗି ସୁଯୋଗ ନଥିଲା ଏବଂ ୟୁନିଭର୍ସିଟି ଯେପରି ଦାବି କରିଛନ୍ତି  ଓଆରକୁ ଡିଗ୍ରି କୁହାଯାଇପାରିବନି ବୋଲି କେଜରିୱାଲ କହିଛନ୍ତି।  

ଏହା ଛଡା କେଜରିୱାଲ ତାଙ୍କୁ ଦିଆଯାଇଥିବା ୨୫ ହଜାର ଟଙ୍କାର ଜରିମନା ନିର୍ଦ୍ଦେଶକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କେଜରିୱାଲଙ୍କ ପକ୍ଷରୁ କୁହାଯାଇଛି ଯେ ଆବେଦନକାରୀ ଏହି ସୂଚନା ଲାଗି କୌଣସି ଆବେଦନ କରିନଥିଲେ ଓ ଏପ୍ରିଲ ୨୦୧୬ରେ ସିଆଇସିଙ୍କ ଚିଠିର ଜବାବରେ ଏକ ଚିଠି ଲେଖିଥିଲେ । କେଜରିୱାଲ କହିଛନ୍ତି ଯେ ସେ ସିଆଇସିଙ୍କୁ ଏହି ସୂଚନା ଲାଗି କେବେ ଆବେଦକ ହେବା ପାଇଁ ମଧ୍ୟ ଅନୁରୋଧ କରିନଥିଲେ। ସିଆଇସି ନିଜ ଆଡୁ ସଂଜ୍ଞାନ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଣୁ କେଜରିୱାଲ ରାଏ ଉପରେ ପୁନର୍ବିଚାର ଲାଗି ନିବେଦନ କରିବା ସହ ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ପୁରୁଣା ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି।  

   Related Posts