Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀଙ୍କ ଜାଗାରେ ଅରବିନ୍ଦ ଅଗ୍ରଓ୍ଵାଲ୍‌ଙ୍କୁ ଦାୟିତ୍ଵ

9/06/2023 at 7:46 PM

ଭୁବନେଶ୍ଵର: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ହଟିଲେ ସଚିବ। ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି କରାଯାଇଛି। ତାସହିତ ତାଙ୍କୁ ଓଏଚ୍‌ପିସିଏଲ୍‌ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇ ଦିଆଯାଇଛି। ବିଷ୍ଣୁପଦଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଅରବିନ୍ଦ ଅଗ୍ରଓ୍ଵାଲ୍‌ଙ୍କୁ ଉଚ୍ଚଶିକ୍ଷା ସଚିବ ଦାୟିତ୍ଵ ଦିଆଯାଇଛି। କିଛି ସମୟ ତଳେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିଲେ ରୋହିତ ପୂଜାରୀ।

ଏହା ପୂର୍ବରୁ ଆଜି ବିଭାଗୱାରୀ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ଠିକ୍ ନଥିବା କାରଣ ଦର୍ଶାଇ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋହିତ ପୂଜାରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି ଉଚ୍ଚ ଶିକ୍ଷା ବିଭାଗ । ଏପଟେ କିନ୍ତୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହି ଘଟଣା ଆଉ ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଧରୁଛି ।

GST Commissioner Bishnupada Sethi Archives - OrissaPOST

ମନ୍ତ୍ରୀ ପଦ ଯିବା ପରେ ନିଜର ପ୍ରତିକ୍ରିୟାରେ ରୋହିତ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବହୁ ସୁଯୋଗ ଦେଇଛନ୍ତି। ମୋତେ ନିଗମ ଅଧ୍ୟକ୍ଷ, ଜିଲ୍ଲା ସଭାପତି କରିଥିଲେ। ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି। ଏପରିକି ଭରସା ବଢିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ କରିଥିଲେ। ମୁଁ ମନ୍ତ୍ରୀ ଭାବେ ଆଶାଜନକ କାମ କରିଛି। ହୁଏତ ମୁଖ୍ୟମନ୍ତ୍ରୀ ଅଧିକ ଆଶା କରିଥାଇପାରନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟ ଦେଇଛନ୍ତି ସେଗୁଡିକ ମୁଁ ସୁଚାରରୂପେ ପାଳନ କରିଛି।  ଆଗକୁ ଭଲ କାମ କରିବାକୁ ଚେଷ୍ଟା କରିବି। ଦଳର ଜଣେ କର୍ମୀ ଦଳ ପକ୍ଷରୁ ଯାହା କାର୍ଯ୍ୟ ଦିଆଯିବ ସେଗୁଡିକ ମୁଁ ସମ୍ପାଦନ କରିବି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ନେଇ ମୋର ଦୁଃଖ ନାହିଁ। ଆଗକୁ ଆହୁରି ଶିଖିବି, ଯାହା ଦାୟିତ୍ଵ ଦେବେ କରିବି।

ଏ ଖବର ପଢନ୍ତୁ- ରୋହିତ ପୂଜାରୀଙ୍କ ଗଲା ମନ୍ତ୍ରୀ ପଦ, ଅପାରଗତା ନାଁ ବିବାଦ-ଅଭିଯୋଗରୁ ହେଲା କି ଆକ୍ସନ ?

   Related Posts