ବଲାଙ୍ଗୀର “ଅରୁନ୍ଧତୀ ଜୁଏଲର୍ସ”ର ୨୩ତମ ବାର୍ଷିକ ଉତ୍ସବ ପାଳନ

Published By : Prameya-News7 Bureau | July 02, 2022 IST

ବଲାଙ୍ଗୀର, ୦୨/୭: ଓଡିିଶାର ପ୍ରମୁଖ ସୁନାଗହଣା ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ତରଫରୁ ଜୁଲାଇ ୨ତାରିଖ ଦିନ ବଲାଙ୍ଗୀରଠାରେ ତା’ର ନୂତନ ଓ ଅତ୍ୟାଧୁନିକ ଫ୍ଲାଗସିପ୍ ଗହଣା ସୋରୁମ୍‌ରେ ୨୩ତମ ବାର୍ଷିକ ଉତ୍ସବ ପାଳନ କରାଯାଇଅଛି । ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ ଅରୁନ୍ଧତୀର ଏହି ସଫଳ ଯାତ୍ରା ଦୀର୍ଘ ୨୩ବର୍ଷ ପୂର୍ବରୁ ବଲାଙ୍ଗୀରର ପବିତ୍ର ମାଟିରୁ ଆରମ୍ଭ ହୋଇ ବର୍ତ୍ତମାନ ଓଡିଶାର ଏକ ଅଗ୍ରଣୀ ଜୁଏଲର ବ୍ରାଣ୍ଡ୍ ଭାବରେ ୭ଟି ସହରରେ ନିଜର ଉପସ୍ଥିତି ରଖି ରାଜ୍ୟର ସର୍ବତ୍ତମ ବ୍ରାଣ୍ଡ୍ ଭାବରେ ପରିଗଣିତ ହୋଇପାରିଅଛି । ଏହି ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଗ୍ରାହାକ ବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଦ୍ୱାରା ଅରୁନ୍ଧତୀକୁ ରାଜ୍ୟର ୧ନଂ ବ୍ରାଣ୍ଡ୍‌ର ଆଖ୍ୟା ମିଳିଥିବାରୁ ଶ୍ରୀଯୁକ୍ତ ମେହେର କୃତଜ୍ଞତାର ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଏହି ୨୩ତମ ବାର୍ଷିକ ଉତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ବଲାଙ୍ଗୀରର ୬୦୦୦ ବର୍ଗଫୁଟ ପରିମିତ ଫ୍ଲାଗସିପ୍ ସୋରୁମ୍‌ରେ ଗ୍ରାହାକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଫ୍ଲାଟ୍ ୨୩% ସୁନାଗହଣା ଓ ରୂପା ଗଢାମଜୁରୀ ଉପରେ ଏବଂ ଫ୍ଲାଟ୍ ୨୩% ହୀରା ମୂଲ୍ୟ ଉପରେ ରିହାତି ରଖାଯାଇଛି । ଯାହା କେବଳ ବଲାଙ୍ଗୀର ଶାଖାରେ ଉପଲବ୍ଧ ରହିବ । ସର୍ବୋତ୍ତମ ଡିଜାଇନ୍ ଓ ସଂପୂର୍ଣ୍ଣ ହଲମାର୍କ ସୁଦ୍ଧତାଯୁକ୍ତ ସୁନାଗହଣା, ହୀରାଗହଣା, ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ରୂପାଗହଣା ଓ କଳାକୃତିର ସମ୍ଭାର ସହ ଏକ ନିଆରା ଗ୍ରାହାକ ସେବା “5 star promise”ର ସୁବିଧା ଗ୍ରାହାକମାନଙ୍କ ପାଇଁ ରଖାଯାଇଅଛି । ଏହି ବିଶେଷ ମୁହୁର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ଜୁଏଲର୍ସ ତରଫରୁ ସମସ୍ତ ଗ୍ରାହାକବନ୍ଧୁ ମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.