ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଅରୁନ୍ଧତୀ ଜ୍ୱେଲର୍ସର ଫେଷ୍ଟିଭ୍ ଧମାଲ, ୧୧ଜଣ ଲକ୍ଷପତି ବିଜେତା ଘୋଷିତ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନ ମୋହିଲେ ଅର୍ଚିତା

26/09/2022 at 8:51 PM

ରାଉରକେଲା ୨୬/ ୦୯: ରାଜ୍ୟର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ୍ ଅରୁନ୍ଧତୀ ଜୁଏଲର୍ସ ତରଫରୁ ବିଗତ ୨୩ ବର୍ଷ ଧରି ପାଳନ ହୋଇ ଆସୁଥିବା ଫେଷ୍ଟିଭ୍ ଧମାଲ୍ ମହୋତ୍ସବରେ ଚଳିତ ବର୍ଷ ରାଉରକେଲା ଶାଖାର ୧୧ଜଣ ଲକ୍ଷପତି ବିଜେତା ଘୋଷିତ ହୋଇଛନ୍ତି । ରାଉରକେଲା ସେକ୍ଟର-୫ ସ୍ଥିତ ଭଞ୍ଜ ଭବନ ଠାରେ ଚିତ୍ତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଲିଉଡ୍ ଅଭିନେତ୍ରୀ ତଥା ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର ଅର୍ଚିତାଙ୍କ ମଚଂରେ ଉପସ୍ଥିତି ଏବଂ କୋଲକତାର ପ୍ରସିଦ୍ଧ ମୁନଷ୍ଟାର ଡ୍ୟାନ୍ସ୍ ଗୃପ୍ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ଅଭିନୟ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ମଡେଲମାନଙ୍କ ରାମ୍ପ ସୋ’ ଦ୍ୱାରା ନୂତନ ଡିଜାଇନ୍‌ର ଗହଣା ପ୍ରଦର୍ଶନ, କଣ୍ଠଶିଳ୍ପୀ ନାଭ୍ୟାଙ୍କ ସୁମଧୁର ସ୍ୱର ଉପସ୍ଥିତ ୫୦୦୦ରୁ ଉର୍ଦ୍ଧ ଦର୍ଶକମାନଙ୍କୁ ମନ୍ତ୍ରମୁଧ୍ଧ କରିଥିଲା ।

ଏହି ଅବସରରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ, ବିଗତ ୨୩ ବର୍ଷଧରି ଅରୁନ୍ଧତୀ ନିରନ୍ତର ଓ ନିଷ୍ଟାପର ଭାବରେ ସମସ୍ତଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶକୁ ପାଥେୟ କରି ଅନ୍ୟମାନଙ୍କଠୁ କିଛି ଭିନ୍ନ ଓ ସ୍ୱତନ୍ତ୍ର କରିପାରିଛି । ଓଡିଶାବାସୀଙ୍କ ହୃଦୟ ଜିଣିବା ସହିତ ରାଜ୍ୟର ସର୍ବ ବୃହତ ଜୁଏଲାରୀ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠିତ ହୋଇ ୫୦ଲକ୍ଷରୁ ଉର୍ଦ୍ଧ ଗ୍ରାହାକଙ୍କୁ ଯୋଡି ପାରିଛି । ଲକ୍ଷାଧିକ ଗ୍ରାହକ ବନ୍ଧୁଙ୍କ ଆମ ଉପରେ ଥିବା ପ୍ରଗାଢ ବିଶ୍ୱାସ ଓ ଭଲପାଇବା ଆମକୁ ଆଗାମୀ ଦିନରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବା ସହ ଶୁଦ୍ଧତା ଓ କାରୁକାର୍ଯ୍ୟ ଭରା ସୁନାଗହଣା, ସ୍ୱଚ୍ଛତା ଓ ପାରଦର୍ଶିତା ଭରା ପ୍ରତ୍ୟେକ ବ୍ୟବସାୟିକ ପଦକ୍ଷେପ, ନମ୍ରତା ଓ ଆତ୍ମୀୟତା ଭରା ଗ୍ରାହକ ସେବା ଯୋଗାଇ ଦେବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଅଳ୍ପଦିନ ମଧ୍ୟରେ ୧୦,୦୦୦ରୁ ଉର୍ଦ୍ଧ୍ବ ରାଉରକେଲାବାସୀଙ୍କ ଅରୁନ୍ଧତୀ ବ୍ରାଣ୍ଡ ପ୍ରତି ଭଲପାଇବା ଓ ବିଶ୍ୱାସ ପ୍ରକଟ କରି ଭାବରେ ଅରୁନ୍ଧତୀ ସହ ଜୋଡି ହୋଇଥିବାରୁ ସମସ୍ଥ ରାଉରକେଲା ବାସୀଙ୍କୁ ହୃଦୟର ଅନ୍ତରରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଉତ୍ସବରେ ଅରୁନ୍ଧତୀର ଶ୍ରୀଯୁକ୍ତ ମେହେର ସହ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଚ୍ୟୁଦାନନ୍ଦ ମେହେର, ଅରୁନ୍ଧତୀ ଗ୍ରୁପର ସମସ୍ତ ମୁଖ୍ୟ ସଦସ୍ୟ ଏବଂ ୨୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ପରିଚାଳନାର ଦାୟିତ୍ୱ ନେଇଥିଲେ ।

   Related Posts