ଅରୁନ୍ଧତୀ ଜୁଏଲର୍ସର “ରଜ ପରୀ” ସିଜନ୍‌-୪ ଆରମ୍ଭ, ମିଳୁଛି ମେଗା ଏକ୍ସଚେଞ୍ଜ ଅଫର

Published By : Prameya-News7 Bureau | June 15, 2022 IST

ଭୁବନେଶ୍ୱର ୧୫।୦୬ : ରାଜ୍ୟର ସର୍ବ ବୃହତ ଜୁଏଲାରୀ ଚେନ୍ ଷ୍ଟୋର ଓ ବ୍ରାଣ୍ଡ୍ ଅରୁନ୍ଧତୀ ଜ୍ୱେଲର୍ସ ତରଫରୁ ରଜ ମହୋତ୍ସବ ଆରମ୍ଭ । ଏହି ଅବସରରେ ୧୪ ତାରିଖରୁ ସୋସିଆଲ ମିଡିଆ ମାଧ୍ୟମରେ “ରଜପରୀ” ସିଜନ୍‌-୪ର ମଧ୍ୟ ଶୁଭାରମ୍ଭ ହୋଇଛି। ଯାହା ଆସନ୍ତା  ୨୦ତାରିଖ  ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ୧୫ ରୁ ୩୦ ବର୍ଷର ଝିଅମାନେ ଅରୁନ୍ଧତୀ ଜ୍ୱେଲର୍ସର ଅଫିସିଆଲ ଫେସବୁକ୍ ପେଜକୁ ଯାଇ ନିଜର ନାମ ପଞ୍ଜିକରଣ କରିପାରିବେ ଏବଂ ନିଜର ପ୍ରତିଭା ଦେଖାଇ ଅରୁନ୍ଧତୀ ଜ୍ୱେଲର୍ସ “ରଜପରୀ” ସିଜନ୍‌-୪ର ବିଜୟନୀ ହେବାର ସୌଭାଗ୍ୟ ଅର୍ଜନ କରିପାରିବେ ।

ଏହା ସହ ରଜ ମହୋତ୍ସବରେ ଗ୍ରାହକମାନଙ୍କ ଖୁସିକୁ ଦୁଇଗୁଣିତ କରିବା ପାଇଁ ଅରୁନ୍ଧତୀ ଜୁଏଲର୍ସ ତରଫରୁ ମେଗା ଏକ୍ସଚେଞ୍ଜ ଅଫର ଘୋଷଣା କରାଯାଇଅଛି । ଯେଉଁଥିରେ ଗ୍ରାହକମାନେ ଉଭୟ ନୂତନ ଏବଂ ପୁରୁଣା ସୁନାରେ ଅଫର ପାଇପାରିବେ ।  ଯଥା ପୁରୁଣା ସୁନାର ବଦଳ ମୂଲ୍ୟ ଉପରେ  ୧.୫% ପର୍ଯ୍ୟନ୍ତ ଅଧିକ ମୂଲ୍ୟ ସହ ନୂତନ ସୁନା ଗହଣା ଗଢାମଜୁରୀ ଉପରେ ଟ.୨୦୦୦  ପର୍ଯ୍ୟନ୍ତ ରିହାତି । ହୀରା ଗହଣା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ଓ ରୂପା  ଗଢାମଜୁରୀ ଉପରେ ୫୦% ପର୍ଯ୍ୟନ୍ତ ରିହାତିର ଅଫର ପାଇପରିବେ । ଏହି ଅଫରଟି ଅରୁନ୍ଧତୀ ଜୁଏଲର୍ସର ସମସ୍ତ ଶାଖାରେ ଉପଲବ୍ଧ ରହିବ । ଦେଶବିଦେଶରୁ ବଛାବଛା ୧୦୦୦୦ରୁ ଅଧିକ ସୁନ୍ଦର କାରୁକାର୍ଯ୍ୟ ଭରା ଅଳଙ୍କାର ସହିତ ଉଭୟ ନୂତନ ଏବଂ ପୁରୁଣା ସୁନା ଉପରେ ଅଫରର ସଂପୂର୍ଣ୍ଣ ଲାଭ ନେବା ପାଇଁ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସମସ୍ତ ଗ୍ରାହକ ବନ୍ଧୁମାନଙ୍କୁ ସାଦର ନିମନ୍ତ୍ରଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.