ଅରୁନ୍ଧତୀ ଜ୍ୱେଲର୍ସ ଆଣିଛନ୍ତି ଓଡ଼ିଶାର ସର୍ବଶ୍ରେଷ୍ଠ ଧନତେରାସ ଅଫର, ଗଢା ମଜୁରୀରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼

Published By : Prameya-News7 Bureau | October 16, 2022 IST

ଭୁବନେଶ୍ୱର: ଓଡିଶାର ସର୍ବବୃହତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସ, ଆଲୋକ ଓ ଅମୃତର ପର୍ବ ଦୀପାବଳୀ ଓ ଧନତେରାସ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସର୍ବଶ୍ରେଷ୍ଠ ଧନତେରାସ ଅଫର ଘୋଷଣା କରିଛି । ପ୍ରିୟ ଗ୍ରାହାକଙ୍କ ପସନ୍ଦ ଓ ଚାହିଦାକୁ ଦୃଷ୍ଟିରେ ରଖି ଦଶ ହଜାରରୁ ଉର୍ଦ୍ଧ୍ୱ ଡିଜାଇନର ଗହଣା ପାର୍ବଣ ଋତୁ ପାଇଁ ପ୍ରସ୍ତୃତ କରାଯାଇଛି । ସର୍ବଶ୍ରେଷ୍ଠ ଧନତେରାସ ଅଫରରେ ପ୍ରତି ୧୦ ଗ୍ରାମ ସୁନାଗହଣା କିଣା ଉପରେ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ସମ୍ପୁର୍ଣ୍ଣ ମାଗଣା ସହିତ ସୁନାଗହଣାର ଗଢା ମଜୁରୀରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ, ଅକ୍ଟୋବର ୧୨ ରୁ ୨୧ ପର୍ଯ୍ୟନ୍ତ ଆଡ୍‌ଭାନ୍ସ ବୁକିଂ କରୁଥିବା ଗ୍ରାହାକଙ୍କ ପାଇଁ ଗହଣା ଉପରେ ଲାଗୁ ହେବ ସର୍ବନିମ୍ନ ଦର ଓ ପୁରୁଣା ଗହଣା ଏକ୍ସଚେଞ୍ଜ ଉପରେ ମିଳିବ ୧୦୦% ଏକ୍ସଚେଞ୍ଜ ଭାଲ୍ୟୁ ।

ଧନତେରସ ଅବସରରେ ଗହଣାର ଦଶ ହଜାରରୁ ଉର୍ଦ୍ଧ୍ୱ ଡିଜାଇନ ସହିତ ଓଡ଼ିଶାର ଗର୍ବ କୋଣାର୍କ ଦ୍ୱାରା ପ୍ରେରିତ ସ୍ପେସାଲ ଅର୍କ ଗହଣା, ଯାହାର ଗଢା ମଜୁରୀ ମାତ୍ର ୪୯୯ ଟଙ୍କା ଏହି ଐତିହ୍ୟ ସ୍ମୃତିରେ ରଖାଯାଇଛି । ହିରା ଗହଣା ମୂଲ୍ୟ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ, ଆଉ ରୂପା ଗହଣା ଗଢା ମଜୁରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ କରୁଛି ଜ୍ୱେଲର୍ସ । ଏହା ହେଉଛି ସର୍ବଶ୍ରେଷ୍ଠ ଧନତେରାସ ଅଫର ଓଡ଼ିଶାର ସର୍ବ ବୃହତ ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସର ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିବା ସହ ଅରୁନ୍ଧତୀକୁ ଓଡିଶାର ସର୍ବବୃହତ ବ୍ରାଣ୍ଡ ଭାବରେ ତିଆରି କରିଥିବାରୁ ସମସ୍ତ ଗ୍ରାହାକ ବନ୍ଧୁଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପଲ କରି, ନୂତନ କେଲକ୍ସନ୍ “ଅର୍କ”ର ଆନନ୍ଦ ନେବା ଓ ଧନତେରାସରେ ନିଜର ମନ ପସନ୍ଦର ଗହଣା ଏବଂ ଅକର୍ଷଣୀୟ ଅଫରର ଅନନ୍ଦ ନେବା ପାଇଁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.