ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗାଏବ ଘଟଣା, ସୋ ରୁମର ମ୍ୟାନେଜରକୁ ବାନ୍ଧିଲା ପୋଲିସ୍

6/02/2023 at 5:40 PM

ବ୍ରହ୍ମପୁର: ବଡ଼ ବଜାରଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଥିବା ଅଭିଯୋଗ ହୋଇଥିଲା।ତେବେ ଏହି ଘଟଣାରେ ଖୋଦ୍ ମ୍ୟାନେଜରକୁ ଗିରଫ କରିଛି ପୋଲିସ୍ । ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଯାଇ ଅନ୍ୟ ଏକ ବ୍ୟାଙ୍କରେ ବନ୍ଧକ ରଖି ୧୯ ଲକ୍ଷ ଟଙ୍କାର ଋଣ ଉଠାଣ କରିବା ପରେ ସେହି ଟଙ୍କାରେ ଅନଲାଇନ ଗେମ ଖେଳି ଦେଇଥିବା ତଦନ୍ତରୁ ଜଣାପଡ଼ିଛି । ଏନେଇ ବଡବଜାର ଥାନାରେ ସୋ’ରୁମର ମ୍ୟାନେଜର ମନମୋହନ ବାରିକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । 

ସୂଚନା ପ୍ରକାରେ, ସାନବଜାର ଛକ ଠାରେ ଥିବା ଅରୁନ୍ଧତୀ ଜୁଏଲର୍ସରେ ବ୍ରଜନଗରର ୩ୟ ଲାଇନର ସୀମାଞ୍ଚଳ ପାତ୍ର ବହୁ ବର୍ଷ ହେବ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି । ସେହିକ୍ରମେ ତାଙ୍କୁ ବ୍ରାଞ୍ଚ ମ୍ୟାନେଜର ବିଶ୍ୱାସ କରି ଆସୁଥିଲେ । ସେହି ବିଶ୍ୱାସ ଫାଇଦା ନେଇ ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଲକ୍ଷାଧିକ ଟଙ୍କାର ସୁନା ଗାଏବ କରି ନେଇଥିବା ଜଣାପଡିଥିଲା । ଗତ କିଛି ଦିନ ତଳେ ସେ କେତେକ ଗ୍ରାହକଙ୍କ ଘରକୁ ସୁନା ଅଳଙ୍କାର ବିକ୍ରି କରିବାକୁ ନେବାକୁ କହି ସୋ’ରୁମରୁ ୫୨୨.୯୦୦ ଗ୍ରାମର ସୁନା ଅଳଙ୍କାର ନେଇଥିଲେ ।

ସେ ନେଇଥିବା ସୁନା ଅଳଙ୍କାର ମଧ୍ୟରେ ୧୮.୪୦୦ ଗ୍ରାମ ଓଜନର ଏକ ସୁନା କାନଫୁଲ, ୧୬୧.୧୦୦ ଗ୍ରାମ ଓଜନର ବ୍ରେସଲେଟ, ୨୧୧.୨୧୦ ଗ୍ରାମର ଚେନ୍, ୯୭.୫୦୦ଗ୍ରାମର ଚେନ୍, ୩୪.୭୦୦ଗ୍ରାମର ସୁନା ବ୍ରେସଲେଟ ରହିଥିଲା । ଯାହାର ଅନୁମାନିକ ମୂଲ୍ୟ ୩୩ ଲକ୍ଷ ୩୮ ହଜାର ଟଙ୍କା ଥିଲା ।  ହେଲେ ସୀମାଞ୍ଚଳ ଏହି ସବୁ ସୁନା ଅଳଙ୍କାର ଧରି ସୋ’ରୁମରୁ ଗ୍ରାହକଙ୍କ ଘରକୁ ବିକ୍ରି କରିବାକୁ ନଯାଇ ନିଜ ଆର୍ଥିକ ଆବଶ୍ୟକତା ମେଣ୍ଟାଇବାକୁ ଭିନ୍ନ ଯୋଜନା ରଚିଥିଲେ । ସୀମାଞ୍ଚଳ ସମସ୍ତ ସୁନା ଧରି ମଣାପୁରମ ଗୋଲ୍ଡ ଲୋନ କାର୍ଯ୍ୟାଳୟକୁ ଯାଇ ବନ୍ଧକ ରଖି ୧୯ ଲକ୍ଷ ୭୦ ହଜାର ଋଣ ଉଠାଇ ନେଇଥିଲେ । ଆଉ ସେହି ଟଙ୍କାରେ ସେ ଅନଲାଇନ ଗେମ ଖେଳିଥିଲେ । 

କିଛି ଦିନ ପରେ ଷ୍ଟୋରର ଷ୍ଟକ ଯାଞ୍ଚ ବେଳେ ଉପରୋକ୍ତ ପରିମାଣର ସୁନା ଅଳଙ୍କାର ନିଅଣ୍ଟ ହୋଇଥିଲା। ଆସିଷ୍ଟାଣ୍ଟ ମ୍ୟାନେଜର ସୀମାଞ୍ଚଳ ଗ୍ରାହକଙ୍କୁ ବିକିବାକୁ ନେଇଥିବା ସୁନା ସେହି ବାବଦ ଟଙ୍କା ପରବର୍ତ୍ତୀ ସୋ’ରୁମରେ ଦାଖଲ କରାଯାଇନଥିବା ଜଣାପଡ଼ିଥିଲା । ଏ ନେଇ ତାଙ୍କୁ ପଚରାଉଚରା ପରେ ସେ ସଠିକ ଉତ୍ତର ଦେଇନଥିଲେ । ଅଧିକ ପଚରାଉଚରା ପରେ ସେ ସୁନା ନେଇ ଋଣ ଉଠାଇଥିବା କହିଥିଲେ । କମ୍ପାନୀର ନିୟମ ଉଳଙ୍ଘନ କରି ନିଜ ସ୍ବାର୍ଥ ସାଧନ ପାଇଁ ସୀମାଞ୍ଚଳ ଏଭଳି କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ସୁନା ଅଳଙ୍କାର ଫେରିପାଇବା ପାଇଁ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ବଡବଜାର ଥାନାରେ ଏତଲା ଦିଆଯାଇଥିଲା । ଘଟଣାକୁ ଭିତ୍ତି କରି ଅଭିଯୁକ୍ତ ସିମାଞ୍ଚଳ ପାତ୍ର କୁ ଆଜି ଗିରଫ କରିଛି ବଡ଼ ବଜାର ପୋଲିସ । ଅଭିଯୁକ୍ତ ଙ୍କ ଠାରୁ ୩ ଟି ବ୍ରେସଲେଟ୍, ୩ ଟି ଗଳାର ହାର ଓ ୧ ମଙ୍ଗଳସୂତ୍ର ଲକେଟ୍ କୁ ଜବତ କରିଛି ପୋଲିସ ।

   Related Posts