ଅରୁନ୍ଧତୀ ଜ୍ୱେଲର୍ସ ପୂର୍ବ ଭାରତର ଶ୍ରେଷ୍ଠ ଜ୍ୱେଲରୀ ବ୍ରାଣ୍ଡ୍ ଭାବେ ସମ୍ମାନୀତ

Published By : Prameya-News7 Bureau | January 23, 2023 IST

ଭୁବନେଶ୍ୱର: ଓଡିଶାର ସର୍ବବୃହର୍ତ ଜୁଏଲାରୀ ବ୍ରାଣ୍ଡ ଅରୁନ୍ଧତୀ ଜ୍ୱେଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେରଙ୍କୁ ଚଳିତ ବର୍ଷ ରିଟେଲ ଜ୍ୱେଲର୍ସ ଇଣ୍ଡିଆ ଫୋରମ୍‌ର ଶ୍ରେଷ୍ଠ ଗଊ ଌ ଉଋଙ ଇଙ୍ଗବକ୍ସୟଗ୍ଦ ରେ ପୂର୍ବ ଭାରତର ଶ୍ରେଷ୍ଠ ଜ୍ୱେଲରୀ ବ୍ରାଣ୍ଡ୍ ଭାବରେ ସମ୍ମାନୀତ କରାଯାଇଅଛି ।

ଅଳଙ୍କାର ବ୍ୟବସାୟ ଜଗତରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଏବଂ ଅରୁନ୍ଧତୀ ଜ୍ୱେଲର୍ସକୁ ପୂର୍ବ ଭାରତରେ ଏକ ଅଗ୍ରଣୀ ଓ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠିତ କରିବା ପାଇଁ ବ୍ରହ୍ମାନନ୍ଦ ମେହେରଙ୍କ ପାଇଁ ଏକ ଲମ୍ବା ଯାତ୍ରା ଥିଲା । ୨୦୦ ବର୍ଗ ଫୁଟ ରୁ ବଲାଙ୍ଗୀର ଠାରେ ୫ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ଦୀର୍ଘ ୨୩ ବର୍ଷ ଧରି ନିରନ୍ତର ଭାବରେ ବ୍ୟବସାୟରେ ସଂପୂର୍ଣ୍ଣ ଶୁଦ୍ଧତା ଓ କାରୁକାର୍ଯ୍ୟ ଭରା ସୁନାଗହଣା, ସ୍ୱଚ୍ଛତା ଓ ପାରଦର୍ଶିତା ଭରା ପ୍ରତ୍ୟେକ ବ୍ୟବସାୟିକ ପଦକ୍ଷେପ, ନମ୍ରତା ଓ ଆତ୍ମୟତା ଭରା ଗ୍ରାହକ ସେବା ଯୋଗାଇ ଦେବା ସହ ଆଜି ଅରୁନ୍ଧତୀ ୭୫,୦୦୦ ବର୍ଗଫୁଟର ଆୟତନ ବିଶିଷ୍ଟ ୭ଟି ପ୍ରମୁଖ ସହରରେ ସୋରୁମ୍ ସହିତ ୧୦୦୦ରୁ ଉର୍ଦ୍ଧ କର୍ମଚାରୀରେ ପହଞ୍ଚି ସାରିଛି । 

ଏହି ଅବସରରେ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ ଏହି ଜାତୀୟ ସ୍ତରର ଆଓ୍ଵାର୍ଡ ମୋର ସମସ୍ତ କର୍ମଚାରୀଙ୍କ ନିରନ୍ତର ଓ ନିଷ୍ଠାପର କଠିନ ପରିଶ୍ରମ ସହ ସମସ୍ତ ଓଡିଶାବାସୀଙ୍କ ବିଶ୍ୱାସ, ଭଲପାଇବା ଓ ଆର୍ଶୀବାଦ ପାଇଁ ଅଜି ଅରୁନ୍ଧତୀ ଏହି ସମ୍ମାନରେ ସମ୍ମାନୀତ ହୋଇପାରିଅଛି। ଏହି ଆଓ୍ଵାର୍ଡ ଆମକୁ ଆଗକୁ ଆହୁରୀ ନିଷ୍ଠାପର ସହିତ କାମ କରିବା ପାଇଁ ଉତ୍ସାହିତ କରିବା ପାଇଁ ପ୍ରେରଣା ଯୋଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.