ବିଧାନସଭାରେ କହିବା ପ୍ରସଙ୍ଗରେ ନରସିଂହଙ୍କୁ ଟାର୍ଗେଟ୍ କଲେ ଅରୁଣ ସାହୁ, କହିଲେ- 'କହି ଦେଉ ଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ'

Published By : Prameya-News7 Bureau | March 20, 2023 IST

ଭୁବନେଶ୍ବର ୨୦।୩: ବିଧାନସଭାରେ କହିବା ଅଧିକାର ପ୍ରସଙ୍ଗରେ ନରସିଂହଙ୍କୁ ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, କହି ଦେଉ ଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ । ବିଧାନସଭାରେ ଶାସକ ଏବଂ ବିରୋଧୀଙ୍କ କହିବାର ଅଧିକାର ଅଛି । ବିରୋଧୀଙ୍କର କହିବାର ସମୟ ଅଧିକ । ପ୍ରଶ୍ନକାଳକୁ ବିରୋଧ କରିବା କେଉଁ ସମ୍ବିଧାନରେ ଲେଖାଅଛି । ତାଙ୍କର ନିଜ ଉପରେ କିମ୍ବା ଦଳ ଉପରେ ନିୟନ୍ତ୍ରଣ ନାହିଁ । ବିରୋଧୀ ସବୁ ସମୟ ନେବେ ବୋଲି କହିବା ଠିକ୍ ନୁହେଁ । ଗୃହରେ ଉତ୍ଥାପନ କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଅଛି । ବିଜେପି କଂଗ୍ରେସ ଦିଲ୍ଲୀରେ ପରସ୍ପର ଭିତରେ ଗଡାଗଡି ହେଉଛନ୍ତି କିନ୍ତୁ ଏଠି କୋଳାକୋଳି ହେଉଛନ୍ତି କାହିଁକି ? ବିଧାନସଭାକୁ ବନ୍ଦ କରି ବାହାରେ ଆଲୋଚନା କରୁଛନ୍ତି ବୋଲି ଅଭିଯୋଗ ଆଣିଲେ ଅରୁଣ । ଗୃହ ଚଳାଇବା କଥା କହୁଛନ୍ତି କିନ୍ତୁ ବିରୋଧୀ ଚଳାଇ ଦେଉନାହାନ୍ତି । ଚକା ଆଖି ସବୁ ଦେଖୁଛି, ଓଡିଶାବାସୀ ସବୁ ଦେଖୁଛନ୍ତି ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବା ଦୁର୍ଭାଗ୍ୟଜନକ । ସରକାରୀ ଦଳ ଚାହୁଁନାହାନ୍ତି ଶୂନ୍ୟକାଳ ଚାଲୁ । ଶୂନ୍ୟକାଳ ହେଉଛି ବିରୋଧୀ ଦଳଙ୍କ ଅଧିକାର । ସେଥିରୁ ମଧ୍ୟ ସରକାରୀ ଦଳ ଭାଗ ମାଗିଲେଣି । ବିଗତ ଦିନ ଅଭିଜ୍ଞତାରୁ ଡରି ଯାଇଛନ୍ତି ସରକାରୀ ଦଳ । ସର୍ବଦଳୀୟ ବୈଠକ ଯେତେବେଳେ ବାଚସ୍ପତି ଡାକିଛନ୍ତି ସେତେବେଳେ କିଛି ନା କିଛି ନିଷ୍କର୍ସ ବାହାରୁଛି । ବିଭାଗୀୟ ଆଲୋଚନା ହୋଇଛି । ସରକାରୀ ଦଳ ଚାପରେ ବାଚସ୍ପତି ୪ଟା ପର୍ଯ୍ୟନ୍ତ ଗୃହକୁ ବନ୍ଦ କରିଛନ୍ତି । ଏହା ଗଣତନ୍ତ୍ର ପାଇଁ ବିପଦ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ । ନିଷ୍କର୍ସ  ବହାର କରନ୍ତୁ ବୋଲି ନରସିଂହ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.