ପାକିସ୍ତାନରୁ ଅରୁଣ ଜେଟଲୀଙ୍କ ପରିବାର କିପରି ଭାରତକୁ ଆସିଲେ? ସାଙ୍ଗରେ ଥିଲା ପିନ୍ଧିବା ପାଇଁ କିଛି ବସ୍ତ୍ର ଆଉ ଅଳଙ୍କାର, ଜେଟଲୀଙ୍କ ସଂପର୍କରେ ନିରାଟ ସତ୍ୟ,ଜାଣନ୍ତୁ

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ୨୫|୮: ଗତ ଶନିବାର ଦିନ ଜାତୀୟ ରାଜନୀତିର ଜଣେ ଅଭିଜ୍ଞ ନେତା ତଥା ଜ୍ଞାନିଗୁଣୀ ମଣିଷ ଅରୁଣ ଜେଟଲୀଙ୍କ ମୃତ୍ୟୁ ହୋଇଯାଇଛି। ଜେଟଲୀଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି। ଜାତୀୟ ରାଜନୀତିରେ ବେଶ ଦୀର୍ଘଦିନ ହେବ ସେ ସକ୍ରିୟ ଥିଲେ। କେନ୍ଦ୍ର ସରକାରର ଗୁରୁତ୍ବପୂର୍ଣ୍ଣ  ବିଭାଗର ଦାୟିତ୍ବ ଭାର ମଧ୍ୟ ସେ ସମ୍ଭାଳି ଥିଲେ। ଶନିବାର ଦିନ ଦିଲ୍ଲୀ ଏମ୍ସରେ ସବୁଦିନ ପାଇଁ ଆଖିବୁଜି ଦେଲେ ମହାନ ରାଜନେତା ଅରୁଣ ଜେଟଲୀ। ଆସନ୍ତୁ ଅରୁଣ ଜେଟଲୀଙ୍କ ସଂପର୍କରେ କିଛି କଥା ଜାଣିବା...

 ଏବିଭିପି ସହ ଅରୁଣ ଜେଟଲୀ ଜଡିତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ପାଇଁ ଦେଶ ବିଭାଜନ ହୋଇଥିଲା ବୋଲି ଜେଟଲୀଙ୍କ ପରିବାର ଦାବି କରନ୍ତି। ଦେଶ ବିଭାଜନ ପରେ ଜେଟଲୀଙ୍କ ପରିବାର ପାକସ୍ତାନରୁ ଭାରତକୁ ଆସିଥିଲେ। ଜେଟଲୀଙ୍କ କହିବା ମୁତାବକ, ପାକିସ୍ତାନର ଲାହୋରରେ ଜେଟଲୀଙ୍କ ପରିବାର ଲୋକେ ରହୁଥିଲେ। ୧୯୨୦ ମସିହାରେ ତାଙ୍କ ଜେଜେଙ୍କ ମୃତ୍ୟୁ ହୋଇଥିଲା। ୧୯୪୭ ମସିହାରେ ଛଅ ଜଣ ଝିଅ ଓ ଦୁଇଜଣ ପୁଅଙ୍କୁ ସାଙ୍ଗଧରି ତାଙ୍କ ଜେଜେ ମାଆ ଦିଲ୍ଲୀ ଚାଲି ଆସିଥିଲେ। ସେତେବେଳେ ତାଙ୍କ ପାଖରେ କିଛି ପିନ୍ଧିବା ପାଇଁ ବସ୍ତ୍ର ଓ ଅଳ୍ପ ଅଳଙ୍କାର ଥିଲା। ଜେଟଲୀଙ୍କ ପିତା ସେତେବେଳେ ବିବାହ କରିନଥିଲେ।

ଜେଟଲୀଙ୍କ ପରିବାର ଦିଲ୍ଲୀ ଆସିବା ପରେ ତାଙ୍କ ପରିବାଙ୍କୁ କେହି ଘରଭଡ଼ା ବି ଦେଉନଥିଲେ। ବହୁତ କଷ୍ଟରେ ପରେ ଜଣେ ମୁଲସିମ୍‌ ଲୋକ ତାଙ୍କ ପରିବାରକୁ ଘରଭଡା ଦେଇଥିଲେ।

ଅରୁଣ ଜେଟଲୀଙ୍କ ବାପାଙ୍କ ନାଁ ହେଉଛି, ମହାରାଜ କିଶନ। ଜେଟଲୀଙ୍କ ବାପା ପେଶାରେ ଜଣେ ଓକିଲ ଥିଲେ। ଏଥିପାଇଁ ତାଙ୍କୁ ବହୁତ ସମସ୍ୟା ସାମ୍ନା କରିବା ପଡିଥିଲା। ୧୩ ବର୍ଷ ପରେ ଅରୁଣ ଜେଟଲୀଙ୍କ ବାପା ଦିଲ୍ଲୀର ନାରାୟଣ ବିହାରରେ ଜାଗା କିଣି ସେଠାରେ ଘର କରିଥିଲେ ବୋଲି ଜେଟଲୀ କହିଥିଲେ। ସେ ଆଜି ଦୁନିଆରେ ନାହାଁନ୍ତି ହେଲେ ସେ କହିଥିବା କଥା ରହିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.