ବେଙ୍ଗାଲୁର - ପାକିସ୍ତାନ ସମର୍ଥନରେ ନାରା ଦେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡିଛି । ତାଙ୍କୁ ଗିରଫ କରାଯିବା ସହ ଦେଶଦ୍ରୋହ ଅପରାଧରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅମୂଲ୍ୟା ନାମକ ଏହି ଯୁବତୀ ନାଗରିକ ସଂଶୋଧନ ଆଇନ ବିରୋଧରେ ଆୟୋଜିତ ଏକ ସଭାରେ ଏପରି କରିଥିଲେ । ଏଆଇଆଇଏମ୍ଏମ୍ର ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସୀ ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିଲେ । ସେ ମଧ୍ୟ ଏହାର ବିରୋଧ କରିଥିଲେ ।
ସେହିପରେ ଅରୁଦ୍ରା ନାମକ ଯୁବତୀ ଏକ ପ୍ଲା କାର୍ଡରେ କାଶ୍ମୀର ବିଷୟରେ ବିବାଦୀୟ ମନ୍ତବ୍ୟ ଉଲ୍ଲେଖ କରିଥିଲେ । । ସେ ଫ୍ରି କାଶ୍ମୀର ନାମରେ ଏକ ପୋଷ୍ଟ କରିଛନ୍ତି । ଏହି କାରଣରୁ ତାଙ୍କୁ ବେଙ୍ଗାଲୁର ଜୁବଲି ହିଲସ୍ ଥାନାରେ ଅଟକ ରଖାଯାଇଛି ବୋଲି ବେଙ୍ଗାଲୁର ପୁଲିସ କମିଶନର ଭାସ୍କର ରାଓ ସୂଚନା ଦେଇଛନ୍ତି ।
ଭାରତୀୟ ପିଙ୍ଗଳ ଧାରା ୧୫୩ କ ଓ ଖ ଅନୁସାରେ ଅରୁଦ୍ରାଙ୍କ ନାମରେ ମାମଲା ରୁଜୁ କରାଯାଇଛି ।