suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

୫୦ ବର୍ଷର ବିଜ୍ଞାନଜନିତ ସମସ୍ୟାର ସମାଧାନ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍

1/12/2020 at 3:06 PM

ନୂଆଦିଲ୍ଲୀ ୦୧/୧୨ : ପ୍ରାୟ ୫୦ ବର୍ଷ ଧରି, ଅନୁସନ୍ଧାନକାରୀମାନେ ପୂର୍ବାନୁମାନ କରିବାକୁ ଚେଷ୍ଟା କରିଛନ୍ତି ଯେ ପ୍ରୋଟିନ୍ କିପରି ତାର ଥ୍ରୀ-ଡାଇମେନ୍ସନାଲ୍ ଗଠନ କରେ । ଏହାକୁ ସମାଧାନ କରିବା ଏତେ ସହଜ ମଧ୍ୟ ନୁହେଁ । ଗୁଗୁଲର ଡିପମାଇଣ୍ଡ, “ଆଲଫା ଫୋଲ୍ଡ” ନାମକ ଏକ କୃତ୍ରିମ ପ୍ରୋଗ୍ରାମ ସୃଷ୍ଟି କରିଥିବା ଦାବି କରିଛି । ଯାହାକି କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି । ଡିପମାଇଣ୍ଡ ଆଲଫା ଫୋଲ୍ଡର ଉନ୍ନତ ପ୍ରଣାଳୀ ଏକ ବୃହତ ଶୈକ୍ଷିକ ପ୍ରଣାଳୀ ଯାହାକି ପରମାଣୁର ଓସାର ମଧ୍ୟରେ ପ୍ରୋଟିନର ଗଠନକୁ ସଠିକ୍ ଭାବରେ ପୂର୍ବାନୁମାନ କରିପାରିବ ।

ମେରିଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ଜନ୍ ମଲ୍ଟଙ୍କ ଅନୁଯାୟୀ, ଏକ ଗୁରୁତର ସମସ୍ୟାର ସମାଧାନ ପାଇଁ AIକୁ ପ୍ରଥମଥର ପାଇଁ ବ୍ୟବହାର କରଯାଇଛି । ପରୀକ୍ଷଣ ସମୟରେ, ଡିପମାଇଣ୍ଡ ଆଲଫା ଫୋଲ୍ଡ ପାଇଁ ଏକ ନୂଆ ଡିପ-ଲର୍ଣ୍ଣିଂ ସିଷ୍ଟମ୍ ଆରଚିଟେକଚର୍ ବ୍ୟବହାର କରିଥିଲା ଯାହାକି 3D ପ୍ରୋଟିନର ‘ସ୍ପେସାଲ୍ ଗ୍ରାଫ୍’ କୁ ଚିହ୍ନିବାରେ ସକ୍ଷମ ହୋଇଥିଲା । ସେମାନଙ୍କର ଆକୃତି ମଲିକୁଲାର ଗଠନ ବିଷୟରେ ପୂର୍ବାନୁମାନ କରିଥିଲା ।

ଯଦି ଏହା ପୂର୍ବଯୋଜନା ଅନୁଯାୟୀ ଚାଲେ ତେବେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆଗାମୀ ଏକ ଦଶନ୍ଧୀ ମଧ୍ୟରେ ଏହାର ସମାଧାନ କରାଯାଇପାରିବ ।  ୧୯୯୪ ମସିହାରୁ ବୈଜ୍ଞାନିକମାନେ ଏହାର ଅନୁସନ୍ଧାନ ଜାରିରଖିଛନ୍ତି । |

   Related Posts