ପୁରୁଣା ଖବରକାଗଜରେ ନନ୍ଦିଘୋଷ ରଥ, ଶିଳ୍ପୀ ନିର୍ମାଣ କଲେ ସବୁଠୁ ଛୋଟ ରଥ
19/06/2023 at 5:48 PM

ବ୍ରହ୍ମପୁର ୧୯/୦୬: ପୁରୁଣା ଖବରକାଗଜରେ ନନ୍ଦିଘୋଷ ରଥ ନିର୍ମାଣ କଲେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସତ୍ୟ ପୂର୍ବରୁ ବିଶ୍ଵର ସବୁଠାରୁ ଛୋଟ ରଥ ୧ ଏମ୍.ଏମ୍ କରିସାରିବା ବର୍ତ୍ତମାନ ପ୍ରଭୁ ଜଗନ୍ନାଥଙ୍କ ପାଇଁ ନୂତନ ରଥ ନିର୍ମାଣ କରିଛନ୍ତି । ଖବରକାଗଜରେ ନିର୍ମିତ ଏହି ନନ୍ଦିଘୋଷ ରଥର ଉଚ୍ଚତା ୭ ଇଞ୍ଚ୍ ଏବଂ ଓସାର, ୪.୫ ଇଞ୍ଚ୍ ରହିଥିବାବେଳେ ଏହାର ଓଜନ ୪୫ଗ୍ରାମ ରହିଛି ।

ରଥଟି ଦେଖିବାକୁ ଅବିକଳ ପୁରୀ ନନ୍ଦିଘୋଷ ରଥ ପରି ହୋଇଛି । ଯେଉଁଥିରେ ୧୬ ଟିଚକ, ୪ ଟି ଘୋଡ଼ା, ୨ ଓଲୋଟ ଶୁଆ, ଦଧିନଉତି, ପତିତପାବନ ବାନା ଏବଂ ସାରଥି ଶୋଭାପାଉଛି । ଏହି କଳାକୃତି କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗିଥିଲା । ସତ୍ୟ ପୂର୍ବରୁ ୧ଏମ୍.ଏମ୍ ର କ୍ଷୁଦ୍ର ରଥ କଳାକୃତି ନିର୍ମାଣ କରି ଏସକ୍ଲୁଜିଭ ୱାଲ୍ଡ ରେକର୍ଡ ହାସଲ କରିଛନ୍ତି ।

ଏହାସହ ୧ ସି.ଏମ୍ ର ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ସତ୍ୟ ପୂର୍ବରୁ ସାବୁନ, କାଠ, ବେତ, ଅଦରକାରୀ ସାମଗ୍ରୀରେ ବିଭିନ୍ନ ଦେବାଦେଵୀ ଓ ମହାନ ପୁରୁଷଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଏସିଆ ବୁକ୍ ଅଫ ରେକର୍ଡ, ନେସନାଲ ବୁକ୍ ଅଫ ରେକର୍ଡ, ଗ୍ଲୋବାଲ ବୁକ୍ ଅଫ୍ ରେକର୍ଡ୍, ୱାଲ୍ଡ ରେକର୍ଡ ସେକ୍ଟର, ଇଣ୍ଡିଆ ୱାଲ୍ଡ ରେକର୍ଡ ଭଳି ଅନେକ ରେକର୍ଡ ହାସଲ କରି ଚର୍ଚ୍ଚାରେ ରହିଛନ୍ତି ।