ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଅତୁଳୟୀନ ପ୍ରତିଭାର ଅଧିକାରୀ, ଉଭୟ ହାତ ଏବଂ ଗୋଡ ସାହାଯ୍ୟରେ ଆଙ୍କୁଛନ୍ତି ଚିତ୍ର, ଦେଖନ୍ତୁ ଭିଡିଓ

2/10/2022 at 6:34 PM

ନୂଆଦିଲ୍ଲୀ: ପ୍ରତ୍ୟେକ ଅଙ୍ଗରେ ରଙ୍ଗ ତୂଳୀ । ଦୁଇ ହାତ ସହ ଦୁଇ ଗୋଡରେ ବ୍ରଶ ଧରି ଆଙ୍କୁଛନ୍ତି ଚିତ୍ର । ଦୁଇ ହାତ ଏବଂ ଦୁଇ ଗୋଡ ସାହାଯ୍ୟରେ ଏକା ସମୟରେ ଏକାଧିକ ଚିତ୍ର ଆଙ୍କୁଛନ୍ତି । ସୋସିଆଲ ମିଡିଆରେ ଜଣେ ମହିଳା ଚିତ୍ରଶିଳ୍ପୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଡଚ୍ ଚିତ୍ରଶିଳ୍ପୀ ଅତି ସୁନ୍ଦର ଭାବେ ନିଜର ସବୁ ଅଙ୍ଗରେ ବ୍ରଶ ଧରି ଛଅଟି ଫଟୋଚିତ୍ର ଆଙ୍କୁଛନ୍ତି । ଏହି ମହିଳା ଚିତ୍ରଶିଳ୍ପୀଙ୍କ ନାଁ ରାଜାଚେନା । ସେ ନେଦରଲାଣ୍ଡର ରୋଟେରଡମର ନବାସୀ । ତେବେ ରାଜାଚେନା ନିଜ ବୟସ ଏବଂ ନିଜ ସାଙ୍ଗିଆକୁ ସାର୍ବଜନୀନ କରିବାକୁ ଚାହିଁ ନାହାନ୍ତି ।

ରାଜଚେନା କହିଛନ୍ତି, ଏହିପରି ଚିତ୍ର ଆଙ୍କିବା ପାଇଁ ୨୦୧୯ ମସିହାରେ ସେ ସ୍ଥିର କରିଥିଲେ । କାରଣ ଏହା ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହିପରି କୌଣସି ଆର୍ଟୱାର୍କ କରିପାରି ନଥିଲେ । ରାଜଚେନାଙ୍କୁ ୧୬ ବର୍ଷ ହୋଇଥିବା ସମୟରେ ସେ ଫଟୋଚିତ୍ର କରିବା ଆରମ୍ଭ କରିଥିଲେ । ଏହାପରେ ସେ ଜଣାଶୁଣା ଚିତ୍ରଶିଳ୍ପୀର ପରିଚୟ ପାଇଥିଲେ । ପରେ ପରେ ସେ ହାତ ଏବଂ ଗୋଡ ସାହାଯ୍ୟରେ ଚିତ୍ର କରିବା ଆରମ୍ଭ କରିଥିଲେ । ତେବେ ସେ ବିନା କୌଣସି ଅଭ୍ୟାସରେ ଏହିପରି ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ।

ରାଜାଚେନା କହୁନ୍ତି, ତାଙ୍କ ପ୍ରତିଭାର ମୂଳରେ ତାଙ୍କ ମସ୍ତିସ୍କ ରହିଛି। ଚିତ୍ର ଆଙ୍କିବା ସମୟରେ ତାଙ୍କ ମସ୍ତିସ୍କ ଅସାଧାରଣ ଭାବେ କାମ କରିଥାଏ।

   Related Posts