ପରୀକ୍ଷା କେନ୍ଦ୍ରରେ ବିଭ୍ରାଟ ଧରିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି, କେନ୍ଦ୍ରକୁ ନୋଟିସ ଜାରି କଲା ବୋର୍ଡ

Published By : Prameya-News7 Bureau | February 22, 2024 IST

କଟକ ୨୨/୦୨: ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟକୁ ଧରିଛି ଏ ଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାରା ରାଜ୍ୟର ୮ ଟି ପରୀକ୍ଷା କେନ୍ଦ୍ରରେ ବିଭ୍ରାଟ ହୋଇଛି । ଏଆଇ ଜରିଆରେ ପ୍ରମାଣ ମିଳିବା ପରେ ସମ୍ପୃକ୍ତ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ମାନଙ୍କୁ ନୋଟିସ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ତା ସହିତ ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ବିଭାଗକୁ ବୋର୍ଡ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି ।

୨୦ ତାରିଖ ଦିନ ମାତୃଭାଷା ପାଇଁ ପରୀକ୍ଷା ଚାଲିଥିବା ବେଳେ ୮ଟି ପରୀକ୍ଷା କେନ୍ଦ୍ରରେ ନାନାଦି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୪ଟି ପରୀକ୍ଷା କେନ୍ଦ୍ର ରହିଛି । ଏହା ବାଦ୍ କଳାହାଣ୍ଡି, ଢେଙ୍କାନାଳ, ପୁରୀ ଏବଂ ନୟାଗଡ଼ର ଗୋଟିଏ ଗୋଟିଏ କେନ୍ଦ୍ରରେ ଅନେକ ଜାଲିଆତି କାର୍ଯ୍ୟ ହୋଇଥିବାର ପ୍ରମାଣ ଦେଇଛି ଏ ଆଇ ।

you can also read...

wp:embed {"url":"https://www.prameyanews7.com/night-checking-in-bhubaneswar-different-area/","type":"wp-embed","providerNameSlug":"prameya-news-7"}
https://www.prameyanews7.com/night-checking-in-bhubaneswar-different-area/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.