ଧାରା ୩୭୦ ନେଇ ସୁପ୍ରିମକୋର୍ଟଙ୍କ ରାୟ ବେଆଇନ,ଏଥିରେ ସମସ୍ୟା ସମାଧାନ ହେବନି ବରଂ ବଢ଼ିବ: ଇମ୍ରାନ ଖାନ୍‌

Published By : Prameya-News7 Bureau | December 13, 2023 IST

ନୂଆଦିଲ୍ଲୀ: ବର୍ତ୍ତମାନ ଜେଲ୍‌ରେ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜାମ୍ମୁ-କାଶ୍ମୀର ଧାରା ୩୭୦କୁ ନେଇ ଭାରତୀୟ ସୁପ୍ରିମକୋର୍ଟ ଦେଇଥିବା ବୟାନ ଉପରେ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବୟାନ ଜାମ୍ମୁ-କାଶ୍ମୀର ସମସ୍ୟାକୁ ଆହୁରି ଜଟିଳ କରିଦେବ ବୋଲି ଇମ୍ରାନ କହିଛନ୍ତି।

ଡିସେମ୍ବର ୧୧ ତାରିଖରେ ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟକୁ ବୈଧ ବୋଲି କହିଥିଲେ। ହରି ସିଂହଙ୍କ ଚୁକ୍ତି ଅନୁସାରେ ଜାମ୍ମୁ-କାଶ୍ମୀର ଭାରତର ବୋଲି କୋର୍ଟ କହିବା ସହ ତୁରନ୍ତ ରାଜ୍ୟମାନ୍ୟତା ଫେରାଇ ଦେବା ସ ୨୦୨୪ ନିର୍ବାଚନ କରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପାକିସ୍ତାନ ରାୱଲପିଣ୍ଡିର ଆଡିଆଲା ଜେଲ୍‌ରେ ଥିବା ଇମ୍ରାନ ଖାନ୍ କହିଛନ୍ତି ଯେ ଭାରତୀୟ ଶୀର୍ଷ ଅଦାଲତଙ୍କର ରାୟ ୟୁଏନ୍‌ଏସ୍‌ସି ପ୍ରସ୍ତାବର ଉଲ୍ଲଂଘନ ବୋଲି ଇମ୍ରାନ ଖାନ୍ କହିଛନ୍ତି। ତାଙ୍କ ପାର୍ଟି ତେହରିକ୍ ଏ ଇନ୍‌ସାଫ ଏନେଇ ଏକ୍ସରେ ପୋଷ୍ଟ କରିଛି।

ପଢ଼ନ୍ତୁ-‘ଭାରତ ଉପରେ ଅଙ୍କୁଶ ଲଗାଇବା ଆବଶ୍ୟକ ଥିଲା’, ନିଜ୍ଜର ହତ୍ୟାକାଣ୍ଡ ମାମଲାରେ ଭାରତ ବିରୋଧ ଅଭିଯୋଗକୁ ନେଇ ଟ୍ରୁଡୋଙ୍କ ମନ୍ତବ୍ୟ

ପାର୍ଟି ଲେଖିଛି ଯେ ଭାରତୀୟ ଶୀର୍ଷ ଅଦାଲତଙ୍କର ବିବାଦୀୟ ଓ ବେଆଇନ ରାୟ ଦୀର୍ଘ ବର୍ଷ ହେଲା ଚାଲି ଆସୁଥିବା ଜାମ୍ମୁ-କାଶ୍ମୀର ସମସ୍ୟାକୁ ସମାଧାନ କରିବନି ଆହୁରି ବଢ଼ାଇବ। ତାଙ୍କ ଦଳ କାଶ୍ମୀର ରାଜନୈତିକ ଓ ନୈକିକ ସମର୍ଥନ ଦେବ ବୋଲି ଇମ୍ରାନ ଖାନ୍‌ କହିଥିବା ତାଙ୍କ ଦଳ ଟ୍ୱିଟ୍ କରି କହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.