ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଆନିମେଟେଡ଼ ଭିଡ଼ିଓ କରି ଉପାର୍ଜନ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଅନେକ ଛାତ୍ରଛାତ୍ରୀ ଏବେ ରୋଜଗାରକ୍ଷମ

31/01/2023 at 1:38 PM

ଭଦ୍ରକ ୩୧/୧: କଳା ଶିକ୍ଷକରୁ ୟୁ ଟ୍ୟୁବର । ଆନିମେଟେଡ଼ ଭିଡ଼ିଓ ମାଧ୍ୟମରେ ରୋଜଗାର ଲକ୍ଷାଧିକ ଟଙ୍କା । କିନ୍ତୁ ଯୋଗାଇଛନ୍ତି ୧୨ରୁ ଅଧିକଙ୍କୁ ରୋଜଗାର । ଅଧିକାଂଶ ନିଜ ଗାଁର ଛାତ୍ରଛାତ୍ରୀ ।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ସ୍ଥିତ ପାଞ୍ଚବାଟିଆ ଗାଁରେ ଏବେ ଅନେକ ଛାତ୍ରଛାତ୍ରୀ ରୋଜଗାର କ୍ଷମ । ପାଠ ପଢିବା ସହ ଘର ପାଇଁ ଅର୍ଥ ଉପାର୍ଜନ କରୁଛନ୍ତି । ଯେଉଁଠାରେ କାମ ଶିଖୁଛନ୍ତି , ସେହିଠାରେ ମଧ୍ୟ କାମ କରି ବେଶ ଦୁଇ ପଇସା କମାଉଛନ୍ତି । ଏହି ଗାଁର କଳା ଶିକ୍ଷକ ପ୍ରଫୁଲ୍ଲ ନାୟକଙ୍କ ଉଦ୍ୟମ ଏବେ ସବୁଠି ଚର୍ଚ୍ଚାରେ ।

ପ୍ରଫୁଲ୍ଲ ସାର ଶିକ୍ଷକତା ସହ ବଳକା ସମୟ ରେ ୟୁ ଟ୍ୟୁବରେ ଶିକ୍ଷଣାତ୍ମକ ଭିଡ଼ିଓ ଅପଲୋଡ଼ କରନ୍ତି । ସମସ୍ତ ଭିଡ଼ିଓ ଆନିମେଟେଡ଼ । ସୁକୁଟା କମେଡି ନାମରେ ଚାଲିଛି ପେଜ । ଏହି ଆନିମେଟେଡ଼ ଭିଡ଼ିଓ ପାଇଁ ପ୍ରଥମେ ଷ୍ଟୋରୀ ବୋର୍ଡ ରେଡି ହେବା ପରେ ଭଏସ ରେକର୍ଡ ହୁଏ ଓ ପୁଣି ଆନିମେସନ ହୋଇ ଷ୍ଟୋରୀ ପ୍ରସ୍ତୁତ ହୋଇ ୟୁଟ୍ୟୁବ ରେ ଅପଲୋଡ ହୁଏ ।

ଏବେ ଏହି ସୁକୁଟା କମେଡି ପେଜ ରେ ୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ମାସିକ ଲକ୍ଷାଧିକ ଟଙ୍କା ରୋଜଗାର ହେଉଥିବା ବେଳେ ଗାଁର ୧୨ରୁ ଅଧିକ ଛାତ୍ରଛାତ୍ରୀ ମାସିକ ଦରମା ନେଇ କାମ କରୁଛନ୍ତି ।

   Related Posts