୨୫ ବର୍ଷ ପରେ ବିବାହ ପଞ୍ଜିକୃତ କଲେ ଅର୍ଶଦ, କହିଲେ କାହିଁକି ଏହା ଜରୁରୀ ?

Published By : Prameya-News7 Bureau | February 13, 2024 IST

ମୁମ୍ଵାଇ ୧୩।୦୨: ବଲିଉଡର ଅଭିନେତା ଅର୍ଶଦ ୱାର୍ସି । ବର୍ତ୍ତମାନ ସେ ତାଙ୍କ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏବଂ ମାରିଆ ଗୋରେଟିଙ୍କ ବିବାହକୁ ୨୫ବର୍ଷ ବିତିଗଲାଣି। ଭାଲେଣ୍ଟାଇନ୍ସ ଡେ’ ଅର୍ଥାତ୍‌ ଫେବୃଆରୀ ୧୪, ୧୯୯୯ରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବର୍ତ୍ତମାନ ସେମାନଙ୍କ ବିବାହ ବାର୍ଷିକୀ ଅବସରରେ ଏହି ଦମ୍ପତି ପରସ୍ପରକୁ ଏକ ବିଶେଷ ଉପହାର ଦେବାକୁ ଯାଉଛନ୍ତି।

ଏହି ସେଲିବ୍ରିଟି ଦମ୍ପତି ଅର୍ଶଦ ୱାର୍ସି ଏବଂ ମାରିଆ ଗୋରେଟି ଏହି ଭାଲେଣ୍ଟାଇନ୍ସ ଡେ’ର ୨୫ତମ ବିବାହ ବାର୍ଷିକୀ ପାଳନ କରିବେ। ଏତେ ଦିନ ପର୍ଯ୍ୟନ୍ତ ବିବାହ ସତ୍ତ୍ୱେ ଏହି ଦମ୍ପତି କେବେବି ସେମାନଙ୍କ ବିବାହ ପଞ୍ଜିକୃତ କରି ନ ଥିଲେ। ତେବେ ଏଥର ଏହାକୁ ସ୍ବତନ୍ତ୍ର କରି ଅଭିନେତା ଏବଂ ତାଙ୍କ ପତ୍ନୀ ଜାନୁଆରୀ ୨୩ରେ କୋର୍ଟରେ ସେମାନଙ୍କର ବିବାହ ପଞ୍ଜିକରଣ କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଅର୍ଶଦ କହିଛନ୍ତି ଯେ ଏହି ଜିନିଷ ତାଙ୍କ ମନକୁ କେବେ ଆସି ନଥିଲା ଏବଂ ସେ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କେବେ ଭାବି ନଥିଲେ। ଅବଶ୍ୟ, ଇଷ୍ଟେଟ ସମ୍ବନ୍ଧୀୟ କାରବାର କରିବା ସମୟରେ ଏବଂ କାହାର ଦେହାନ୍ତ ପରେ ସେ ଏହାର ମହତ୍ତ୍ୱ ବୁଝିଥିଲେ। ସେ କହିଛନ୍ତି ଯେ ଆମେ ଆଇନ ପାଇଁ ଏହା କରିଛୁ। ମୁଁ ପାର୍ଟନର ଭାବରେ ଭାବୁଛି, ଯଦି ତୁମେ ପରସ୍ପରକୁ ଭଲ ପାଅ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ।

wp:embed {"url":"https://www.prameyanews7.com/amitabh-bachchan-will-be-seen-in-role-of-dasharatha-in-nitesh-tiwari/","type":"wp-embed","providerNameSlug":"prameya-news-7"}
https://www.prameyanews7.com/amitabh-bachchan-will-be-seen-in-role-of-dasharatha-in-nitesh-tiwari/
/wp:embed



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.