Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ତ୍ରୀ ପାଇଁ ମୃତ୍ୟୁକୁ ସାମ୍ନା କଲେ ସ୍ୱାମୀ- ବାମ ପଟ ଛାତିରେ ପଶି ରହିଛି ତୀର, ସାନ ଭାଇର ତୀର ମାଡରେ ବଡ଼ ଭାଇ ଗୁରୁତର

13/10/2019 at 10:58 PM

କେନ୍ଦୁଝର- ସାନ ଭାଇର ତୀର ମାଡରେ ବଡ଼ ଭାଇ ଗୁରୁତର । କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ପିପିଲିଆ ର କାଳିଆବେଡା ଗା ଠାରେ ସାନ ଭାଇ ର ତୀର ମାଡରେ ବଡ଼ ଭାଇ ଗୁରୁତର ହୋଇଛି ।

 ସାନ ଭାଇ ଶୁକ୍ରା ମୁଣ୍ଡା ଭାଉଜ ସହ ଝଗଡା କରି ସବୁଦିନ ପାଇଁ ତାକୁ ସଂସାର ରୁ ବିଦା କରିବା ପାଇଁ ତୀର ମାରିବା ସମୟରେ ସାମ୍ନା କୁ ଚାଲି ଆସିଥିଲା ବଡ଼ ଭାଇ ବାବୁଲା ମୁଣ୍ଡା । ଏହି ଘଟଣାରେ ବଡ଼ ଭାଇ ର ବାମ ପଟ ଛାତିରେ ତୀର ପଶି ଯାଇଥିବା ବେଳେ ଭୟରେ କେହି ଗାଁ ଲୋକେ ସମ୍ମୁଖ କୁ ଆସି ନଥିଲେ । ବାବୁଲାର ବଡ଼ ଭଉଣୀ ବାବୁଲା କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୀର ସହ  ଆମ୍ବୁଲାନ୍ସ ରେ ଆଣି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ଭର୍ତି କରଛନ୍ତି । ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପରୀକ୍ଷା କରି ଅପରେସନ କରିବାକୁ ଓଟି କୁ ନେଇଥିବା ବେଳେ  ବର୍ତ୍ତମାନ ବାବୁଲା ସୁସ୍ଥ ଥିଲେ ମଧ୍ୟ ବିପଦ ମୁକ୍ତ ନୁହନ୍ତି ବୋଲି ଡାକ୍ତର କହିଛନ୍ତି ।

   Related Posts