ଜେଇଇ-ମେନରେ ୮୨୦ ଆଶାୟୀଙ୍କୁ ହେରଫେରରେ ସାହାଯ୍ୟ କରିଛି ଗିରଫ ରୁଷ ହ୍ୟାକର: ସିବିଆଇ

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଲୀ: ଜେଇଇ ପରୀକ୍ଷାରେ ହେରଫେର ଅଭିଯୋଗରେ ରୁଷ ନାଗରିକ ମିଖାଇଲ ଶର୍ଗିନଙ୍କୁ ଗିରଫ କରିଛି ସିବିଆଇ। ଦିଲ୍ଲୀର ଏକ ଅଦାଲତ ଆଇଆଇଟି ପରି ଭାରତର ଶୀର୍ଷ ଇଞ୍ଜିନିୟରିଂ କଲେଜ୍‌ରେ ନାମ ଲେଖା ପାଇଁ ଆୟୋଜିତ ପ୍ରବେଶିକା ପରୀକ୍ଷା ଜେଇଇ-ମେନରେ ହେରଫେର କରିବା ଅଭିଯୋଗରେ ମିଖାଇଲକୁ ସିବିଆଇର ଦୁଇ ଦିନିଆ ରିମାଣ୍ଡରେ ପଠାଇଛନ୍ତି।

ଏହି ମାମଲାରେ ଏ ପର୍ଯ୍ୟନ୍ତ ୨୪ ଜଣଙ୍କୁ ଗିରଫ କରାଯାଇଛି। ୨୫ ବର୍ଷୀୟ ମିଖାଇଲ ଶର୍ଗିନ ୮୨୦ ଆଶାୟୀଙ୍କୁ ହେରଫେରରେ ସାହାଯ୍ୟ କରିଥିଲେ। ଶର୍ଗିନ ତଦନ୍ତରେ ସହଯୋଗ କରୁନଥିବା ସିବିଆଇ କହିଛି। ଏଜେନ୍ସି ଅଦାଲତରେ କହିଛି ଯେ, ଶର୍ଗିନ ଜଣେ ପେଶାଦାର ହ୍ୟାକର।  ପରୀକ୍ଷା ଦେଉଥିବା ଆଶାୟୀଙ୍କ ପର୍ଯ୍ୟନ୍ତ ରିମୋର୍ଟ ଆକ୍ସେସ୍ ପହଞ୍ଚାଇବା ପାଇଁ ଇଲିୟନ ସଫ୍ଟଓ୍ଵେୟାରର ବ୍ୟବହାର କରିଥିଲେ।

ଅଭିଯୁକ୍ତ ଶର୍ଗିନ ଅଦାଲତରେ କହିଛି, ଯଦି ସିବିଆଇ  ତାଙ୍କ ବୈଦ୍ୟୁତିକ ଉପକରଣର ଯାଞ୍ଚ କରିବାକୁ ଚାହୁଁଛି, ତେବେ  ଏହା ତାଙ୍କ ଉପସ୍ଥିତିରେ ହେବା ଉଚିତ୍। ଅଭିଯୁକ୍ତକୁ ତାର ନାମ ଏବଂ ପାସଓ୍ଵାର୍ଡ ଦେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସିବିଆଇ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.