ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେଲେ ଗିରଫ ପୋଷ୍ଟାଲ୍‌ ଯନ୍ତ୍ରୀ ଓ ଠିକାଦାର

Published By : Prameya-News7 Bureau | April 15, 2023 IST

ଭୁବନେଶ୍ୱର ୧୫/୦୪: ସମ୍ବଲପୁର ଡାକବିଭାଗରେ କାର୍ଯ୍ୟରତ ଗିରଫ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜଣେ ଠିକାଦାରଙ୍କୁ ଭୁବନେଶ୍ୱର ଅଦାଲତରେ ହାଜର କରିଛି ସିବିଆଇ। ଗତ କାଲି ସମ୍ବଲପୁର ପୋଷ୍ଟ ଅଫିସରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଦୁଇଜଣଙ୍କୁ ଗିରଫ କରିଥିଲା। ସେମାନେ ରାଉରକେଲାରେ ଥିବା ପୋଷ୍ଟାଲ କ୍ୱାଟର ମରାମତି ପାଇଁ ୧ ଲକ୍ଷ୍ୟ ୪୦ହଜାର ଚଙ୍କା ଲାଞ୍ଚ ନେଉଥିଲେ। ଗିରଫ ଦୁଇଜଣଙ୍କୁ ଭୁବନେଶ୍ଵର ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ସେମାନଙ୍କୁ ଜେଲ ହାଜତକୁ ପଠା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.