ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଖୋଲିଲା ଷଡ଼ଯନ୍ତ୍ରର ଗୁମର: ମୋଦୀଙ୍କ ବିହାର ରାଲିରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ହୋଇଥିଲା ଯୋଜନା, ସତ ଓଗାଳିଲେ ପିଏଫ୍‌ଆଇ ସଦସ୍ୟ

24/09/2022 at 4:43 PM

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ସଦସ୍ୟ ଗିରଫ ହେବା ପରେ ଖୋଲିଲା ଷଡ଼ଯନ୍ତ୍ରର ଗୁମର। ଜୁଲାଇ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରରେ କରିଥିବା ରାଲିରେ ବିଶୃଙ୍ଖଳା ସୃଷ୍ଟି କରିବାକୁ କିଭଳି ଯୋଜନା ହୋଇଥିଲା ତାର ଖୁଲାସା ହୋଇଛି। ଇଡି ହାତରେ ଧରାପଡ଼ିଥିବା କେରଳରେ ଜଣେ ପିଏଫ୍‌ଆଇ ସଦସ୍ୟ ଏହି ଖୁଲାସା କରିଛନ୍ତି। ପଚାରଉଚାର ବେଳେ ସେ ସବୁ ସତକଥା ମାନିଯାଇଛନ୍ତି।

ଗିରଫ ପିଏଫ୍‌ଆଇ ସଦସ୍ୟ ଶଫିକୁ ପାୟେଥ କହିଛନ୍ତି ଯେ ମୋଦୀଙ୍କ ରାଲିକୁ ବ୍ୟାନ୍ କରିବା ପାଇଁ ପିଏଫ୍‌ଆଇ ସ୍ୱତନ୍ତ୍ର ଟ୍ରେନିଂ କ୍ୟାମ୍ପର ଆୟୋଜନ କରିଥିଲା। ବ୍ୟାନର ଓ ପୋଷ୍ଟର ଧରି ବିକ୍ଷୋଭ କରିବାକୁ ଯୋଜନା କରାଯାଇଥିଲା। କେବଳ ସେତିକି ନୁହେଁ, ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାକୁ ସଂଗଠନ କିଛି ବର୍ଷ ହେଲା ଟଙ୍କା ସଂଗ୍ରହଣ କରିଥିଲା। ପ୍ରାୟ ୧୨୦ କୋଟି ଟଙ୍କା ସଂଗ୍ରହ ହୋଇଥିବା ଇଡି ଜାଣିବାକୁ ପାଇଛି। ଏଥିରେ ଅଧିକାଂଶ ନଗଦ ଟଙ୍କା ଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ବି ଟଙ୍କା ଆଦାୟ କରାଯାଉଥିଲା।

ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ଅଛି ପିଏଫ୍‌ଆଇ। ଏଥିପାଇଁ ଦେଶର ୧୫ ଟି ରାଜ୍ୟରେ ଥିବା ସଂଗଠନର ୯୨ଟି ସ୍ଥାନରେ ଇଡି, ଏନ୍‌ଆଇଏ ଓ ରାଜ୍ୟ ପୁଲିସ ଦ୍ୱାରା ଚଢ଼ାଉ ଜାରି ରହିଛି। ଦେଶରେ ପିଏଫ୍‌ଆଇ ବ୍ୟାନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ୍ ଥିବା ଅଭିଯୋଗରେ ଦେଶରେ ୧୦୬ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଓ ବରିଷ୍ଠ ପିଏଫ୍‌ଆଇ ନେତାଙ୍କ ଘର ଓ ଅଫିସର୍‌ରେ ଚଢ଼ାଉ ଜାରି ରହିଛି।

   Related Posts