ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ନାବାଳିକ ଦୁଷ୍କର୍ମ ମାମଲାରେ ଗିରଫ ଲିଙ୍ଗାୟତ ପୂଜକ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି

2/09/2022 at 3:34 PM

ବେଙ୍ଗାଲୁରୁ: ନାବାଳିକା ଦୁଷ୍କର୍ମ ମମଲାରେ ଗିରଫ ହୋଇଥିବା ଲିଙ୍ଗାୟତ ସମ୍ପ୍ରଦାୟର ସାଧୁ ତଥା ଚିତ୍ରଦୁର୍ଗାର ମୁରୁଘା ମଠର ମୁଖ୍ୟ ପୂଜକ ଶିବମୂର୍ତ୍ତି ମୁରୁଗା ଶରନରୁ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ତାଙ୍କୁ ଗିରଫ କରିଥିଲା ମୟୁସୁର ପୁଲିସ। ହେଲେ ତାଙ୍କୁ ଫସାଯାଇଛି ବୋଲି ଶିବମୂର୍ତ୍ତି କହିଛନ୍ତି।

ଗିରଫ ପରେ ଗୁରୁବାର ତାଙ୍କୁ ପ୍ରଥମେ ଡାକ୍ତରଖାନାରେ ଚେକ୍‌ଅପ କରାଯାଇଥିଲା। ପରେ ମାମଲା ସମ୍ପର୍କରେ ପଚାରଉଚରା କରିବା ପାଇଁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଥିଲା। ତେବେ କେଉଁଠି ତାଙ୍କୁ ପଚରାଉଚରା କରାଯାଇଥିଲା ସେନେଇ ପୁଲିସ କାହାକୁ ସୂଚନା ଦେଇ ନାହିଁ। ଏହି ମାମଲାରେ ମଠ ପୂଜକ ଶିବମୂର୍ତ୍ତିଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ହଷ୍ଟେଲ୍ ୱାର୍ଡେନ୍‌ ବି ସାମିଲ ରହିଛନ୍ତି।  

କର୍ଣ୍ଣାଟକ ଚିତ୍ତରଦୁର୍ଗାରେ ଥିବା ଏକ ପ୍ରଖ୍ୟାତ ମଠର ମୁଖ୍ୟ ହେଲେ ଶିବମୁର୍ତ୍ତି ମୁରୁଘା ଶହରନରୁ। ଲିଙ୍ଗାୟତ ସମ୍ପ୍ରଦାୟରେ ତାଙ୍କର ପ୍ରଭାବ ଅନେକ। ହେଲେ ତାଙ୍କ ବିରୋଧରେ ନାବାଳିକା ଦୁଷ୍କର୍ମ ଲାଗିବା ପରେ ପୁଲିସ ତାଙ୍କୁ କେବଳ ଡକାଇ ପଚରାଉଚରା କରି ଛାଡ଼ିଦେଇଥିଲା। ଏହାପରେ ତାଙ୍କୁ ଗିରଫ କରିବା ନେଇ ଦାବି ଜୋର ଧରିଥିଲା।   

ମଠ ଦ୍ୱାରା ପରିଚାଳିତ ଏକ ସ୍କୁଲ୍‌ରେ ଦୁଇ ନାବାଳିକା ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଥିଲେ। ସେମାନେ ସ୍କୁଲ୍ ହଷ୍ଟେଲ୍‌ରୁ ପଳାଇଯାଇ ଏହି ଅଭିଯୋଗ କରିଥିଲେ। ଏହାପରେ ଅଗଷ୍ଟ ୨୬ ତାରିଖରେ ଶିବମୁର୍ତ୍ତି ଓ ସ୍କୁଲ୍ ପରିଚାଳକ ଓ ହଷ୍ଟେଲ ୱାର୍ଡେନ୍‌ଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ହୋଇଥିଲା। ଏହି ମାମଲାରେ ହଷ୍ଟେଲ୍ ୱାର୍ଡେନ୍‌ଙ୍କୁ ଅଟକ ରଖାଯାଇଚି। ତେବେ ପୁଲିସ କାହିଁକି ବାବାଙ୍କୁ ଗିରଫ କଲାନି ସେ ନେଇ ରାଜ୍ୟରେ ବିରୋଧ ପ୍ରଦର୍ଶନ ଜାରି ରହିଛି।   

   Related Posts