ବଢିଲା ଶେଖ୍ ହସିନାଙ୍କ ଅଡୁଆ, ଜାରି ହେଲା ସର୍ଚ୍ଚ ଓ୍ୱାରେଣ୍ଟ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ ୧୭/୧୦: ବଢିଲା ଶେଖ୍ ହସିନାଙ୍କ ଅଡୁଆ । ଜାରି ହେଲା ଜାମିନ ସର୍ଚ୍ଚ ଓ୍ୱାରେଣ୍ଟ । କୌଣସି ମୂହୁର୍ତ୍ତରେ ହୋଇପାରନ୍ତି ଗିରଫ । ମାନବିକତା ବିରୋଧରେ ଅପରାଧ ଅଭିଯୋଗରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା । ଏହି ୱାରେଣ୍ଟ ସେହି ସମୟର ସମ୍ପୃକ୍ତ ଅପରାଧ ସମ୍ବନ୍ଧୀୟ ଅଟେ ଯେତେବେଳେ ଦେଶରେ ବଡ଼ ଧରଣର ଛାତ୍ର ଆନ୍ଦୋଳନ ଚାଲିଥିଲା । 

ସୂଚନା ଥାଉକି, ଶେଖ ହସିନା ବର୍ତ୍ତମାନ ଭାରତରେ ଆଶ୍ରୟ ନେଉଛନ୍ତି । ଏହି ଅଭିଯୋଗରେ ଛାତ୍ର ବିରୋଧ ପ୍ରଦର୍ଶନ ସମୟରେ ଘଟିଥିବା ହିଂସା ତଥା ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ହସିନା ଦାୟୀ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ବାଂଲାଦେଶ କୋର୍ଟ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପ୍ରତି ଶେଖ ହସିନା ଭାରତରେ ଆଶ୍ରୟ ନେଉଛନ୍ତି ଏବଂ ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ରାଜନୈତିକ ଏବଂ କୂଟନୈତିକ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ।

ମହମ୍ମଦ ତାଜୁଲ ଇସଲାମ ଗଣମାଧ୍ୟମକୁ କହିଛନ୍ତି ଯେ ହସିନାଙ୍କ ୧୫ ବର୍ଷର ଶାସନ କାଳରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିଲା । ସେ ରାଜନୈତିକ ବିରୋଧୀଙ୍କୁ ଜେଲକୁ ପଠାଇଥିଲେ । ଜୁଲାଇରୁ ଅଗଷ୍ଟ ମଧ୍ୟରେ ଦେଶରେ ଘଟିଥିବା ହତ୍ୟାକାଣ୍ଡ ଏବଂ ହତ୍ୟା ଭଳି ଅପରାଧ ପଛରେ ଶେଖ ହସିନା ରହିଥିଲେ। 

ବାଂଲାଦେଶରୁ ପଳାଇଆସିବା ପରଠାରୁ ୭୭ ବର୍ଷୀୟ ହାସିନା ସର୍ବସାଧାରଣରେ ଦେଖାଦେଇନାହାଁନ୍ତି । ଭାରତରେ ହସିନା ଶରଣ ନେବା ଉପରେ ଖପ୍ପା ବାଂଲାଦେଶ ସରକାର । ଏହି କାରଣରୁ ସେମାନେ ହସିନାଙ୍କ କୂଟନୈତିକ ପାସପୋର୍ଟକୁ ବାତିଲ କରିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.