ଭେଦଭାବର ଶିକାର ହୋଇ ପାକିସ୍ତାନରୁ ଯୋଧପୁର ଆସିଲେ ୧୦୦ ହିନ୍ଦୁ: କହିଲେ-ଆମେ ଭାରତରେ ରହିବୁ

Published By : Prameya-News7 Bureau | October 16, 2022 IST

ନୂଆଦିଲ୍ଲୀ: ଚଳିତ ସପ୍ତାହରେ କିଛି ହିନ୍ଦୁ ପାକିସ୍ତାନରୁ ଆସି ଭାରତର ଯୋଧପୁରରେ ପହଞ୍ଚିଛନ୍ତି। ସେମାନଙ୍କ ସ୍ଥିତି ଏମିତି ଯେ ସେମାନେ ଆଉ ପାକିସ୍ତାନ ଫେରିବାକୁ ଚାହୁଁ ନାହାନ୍ତି।

ପାକିସ୍ତାନରେ ବନ୍ୟା ସବୁ ଧୋଇ ନେବା ପରେ ରିଲିଫ କାର୍ଯ୍ୟରେ ଧର୍ମ ଆଧାରରେ ସେମାନଙ୍କ ସହିତ ଭେଦଭାବ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସିନ୍ଧ ଅଞ୍ଚଳରୁ ଆସିଥିବା ଏହି ହିନ୍ଦୁମାନେ ଆଉ ପାକିସ୍ତାନ ନ ଯାଇ ଭାରତରେ ରହିବାକୁ ଚାହୁଁଛନ୍ତି।

ଏହି ପ୍ରବାସୀମାନେ ପାକିସ୍ତାନ ସିନ୍ଧର ତାଣ୍ଡୋ ଅଲ୍ଲାହ୍ୟର ଜିଲ୍ଲାରୁ ଆସିଥିବା ବେଳେ ସେମାନେ ଭିଲ୍ ସମ୍ପ୍ରଦାୟର ହୋଇଥିବା ଜଣାପଡ଼ିଛି। ଅକ୍ଟୋବର ୧୨ରେ କିଛି ହିନ୍ଦୁ ପାକିସ୍ତାନରୁ ଯୋଧପୁରକୁ ଆସିଥିଲେ। ପରେ ୧୪ ତାରିଖରେ ପୁଣି କିଛି ହିନ୍ଦୁ ସେଠାରୁ ଚାଲିଆସିଥିଲେ। ପାଖାପାଖି ୧୦୦ ଜଣ ଅଟାର ୱାଘା ଚେକ୍‌ପୋଷ୍ଟ ଦେଇ ପାକିସ୍ତାନରୁ ଚାଲିଆସିଛନ୍ତି ବୋଲି ପ୍ରବାସୀ ଚତୁରରାମ ଭିଲ୍ କହିଛନ୍ତି।

ଭିଲ୍‌ଙ୍କ ସୂଚନା ଅନୁସାରେ, ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କ ମଧ୍ୟରେ କିଛି ଯୋଧପୁରରେ ରହିଥିବା ବେଳେ ଆଉ କିଛି ରାଜସ୍ଥାନର ଜୈସଲମେରରେ ରହିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.