ଆରୋଗ୍ୟ ସେତୁ ଆପ୍‌କୁ ହାଲୁକାରେ ନିଅନ୍ତୁ ନାହିଁ, ୩୦୦ ସନ୍ଦିଗ୍ଧ ହଟ୍‌ସ୍ପଟ୍‌ କଲା ଚିହ୍ନଟ, ସରକାରଙ୍କୁ କଲା ଆଲର୍ଟ

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୦୯।୦୫: କୋଭିଡ୍-୧୯ ସଙ୍କଟ ବେଳେ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ବିକଶିତ କରାଯାଇଥିବା ମୋବାଇଲ୍ ଆପ୍ଲିକେଶନ ଆରୋଗ୍ୟ ସେତୁ ଭୂତାଣୁର ସଂକ୍ରମଣକୁ ରୋକିବାରେ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହା ସଗଗ୍ର ଦେଶରେ ୬୫୦ରୁ ଅଧିକ ହଟ୍‌ସ୍ପଟ୍ ଏବଂ ୩୦୦ରୁ ଅଧିକ ସନ୍ଦିଗ୍ଧ ହଟ୍‌ସ୍ପଟ୍‌ ସ୍ଥାନ ବିଷୟରେ ଅଧିକାରୀଙ୍କୁ ଆଲର୍ଟ କରାଇଛି। ଆରୋଗ୍ୟ ସେତୁ ଫଳରେ ଦେଶରେ ୩୦୦ ହଟ୍‌ସ୍ପଟ୍ ସ୍ଥାନ ଚିହ୍ନଟ କରାଯାଇ ପାରିଛି। ଏହି ସବୁ ଅଞ୍ଚଳ ନଜରକୁ ଆସିନଥିଲେ ଭୟଙ୍କର କ୍ଷତି ଘଟିଥାନ୍ତା। ଏହି ସୂଚନା ଦେଇଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ।

କାନ୍ତ କହିଛନ୍ତି ଆରୋଗ୍ୟ ସେତୁ ମହାରାଷ୍ଟ୍ରର ୧୮ଟି ଜିଲ୍ଲାର ୬୦ଟି  ହଟ୍‌ସ୍ପଟ୍‌ର ସନ୍ଧାନ କରିଥିଲା। ସମଗ୍ର ଦେଶରେ ଏହା ଏପ୍ରିଲ ୧୩ ରୁ ୨୦ ମଧ୍ୟରେ ୧୩୦ଟି ହଟ୍‌ସ୍ପଟ୍‌ ଅଞ୍ଚଳ ଚିହ୍ନଟ କରିଛି। ପରେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏହି ଆନୁମାନିକ ହଟ୍‌ସ୍ପଟ୍‌କୁ ବାସ୍ତବିକ ହଟ୍‌ସ୍ପଟ୍‌ ଘୋଷିତ କରିଥିଲା। ସେ କହିଛନ୍ତି, ଆରୋଗ୍ୟ ସେତୁ ଡାଉନଲୋଡ୍‌ କରିଥିବା ଲୋକଙ୍କ ମଧ୍ୟରୁ ଅତି କମରେ ୧୨,୫୦୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ଦୃଢତାର ସହ କହିଛନ୍ତି ଆରୋଗ୍ୟ ସେତୁ ଆପ୍ ଦୁନିଆ ଅନ୍ୟ କୌଣସି ରେଟିଂ ପ୍ଲାଟଫର୍ମଠୁ ଉନ୍ନତ।

{"id":267412,"sizeSlug":"large"}

୧୭ ଦିନ ପୂର୍ବରୁ ଆଲର୍ଟ କରୁଛି ଆପ୍‌

ନୀତି ଆୟୋଗ ସିଇଓ କହିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଘୋଷଣାର ୧୭ ଦିନ ପୂର୍ବରୁ ଆରୋଗ୍ୟ ସେତୁ ହଟ୍‌ସ୍ପଟ୍‌ ସ୍ଥାନର ସୂଚନା ପ୍ରଦାନ କରୁଛି। ଆରୋଗ୍ୟ ସେତୁ ୩ ରୁ ୧୭ ଦିନ ପୂର୍ବରୁ ଆଲର୍ଟ କରି ଦେଉଛି। ଏହା ଜରିଆରେ ସରକାରଙ୍କୁ ସୂଚନା ମିଳି ଯାଉଛି ଯେ, କାହାକୁ ଯାଞ୍ଚ କରିବାର ଅଛି ଏବଂ କେଉଁ ଅଞ୍ଚଳରେ ଯାଞ୍ଚ କରିବାର ଅଛି।

ସେ କହିଛନ୍ତି ଏବେ ସୁଦ୍ଧା ୬ କୋଟି ୯୦ ଲକ୍ଷ ଲୋକ ଆରୋଗ୍ୟ ସେତୁ ଆପ ଜରିଆରେ ନିଜର ସ୍ଵାସ୍ଥ୍ୟ ଯାଞ୍ଚ କରାଇଛନ୍ତି। ଏଥିରୁ ୩୪ ଲକ୍ଷ ଲୋକ ନିଜକୁ ଅସୁସ୍ଥ ଘୋଷଣା କରିଥିଲେ। କାରଣ ସେମାନଙ୍କଠାରେ ଏକ କିମ୍ବା ତିନିରୁ ଅଧିକ  ଲକ୍ଷଣ ଦେଖିବାକୁ ମିଳିଥିଲା। ୭୦ ସ୍ଵାସ୍ଥ୍ୟକର୍ମୀଙ୍କ ନେଇ ସମର୍ପିତ ଟିମ୍‌ ସେହି ୬.୫ ଲୋକଙ୍କ ପାଖରେ ପହଞ୍ଚି ଥିଲେ, ଯାହାଙ୍କଠାରେ ଦୁଇ କିମ୍ବା ଦୁଇରୁ ଅଧିକ ଲକ୍ଷଣ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.