ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏବେସୁଦ୍ଧା ପ୍ରମାଣିତ ହୋଇନାହିଁ, ପ୍ରମାଣିତ ନହେବା ଯାଏଁ ଜାରି ରହିବ ଜାମିନ

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ, ୨୮|୧୧:  ୨ ବର୍ଷ ପୁରୁଣା ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ଅନ୍ୟ ୨ଜଣଙ୍କ ଅନ୍ତରୀଣ ଜାମିନ ବଳବତ୍ତର ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ବମ୍ବେ ହାଇକୋର୍ଟ ଆବେଦନର ଶୁଣାଣି ନକରିବା ଯାଏଁ ଏହି ୩ଜଣଙ୍କ ଅନ୍ତରୀଣ ଜାମିନ ବଳବତ୍ତର ରହିବ । ଏହାସହ ଅପରାଧିକ ଆଇନକୁ ଉଦ୍ଦେଶ୍ୟପ୍ରଣୋଦିତ ଭାବେ ନାଗରିକଙ୍କୁ ହଇରାଣ କରିବା ପାଇଁ ବ୍ୟବହାର ନକରିବା ଉଚିତ ବୋଲି କୋର୍ଟ କହିଛନ୍ତି ।  ଏହାସହ ଅର୍ଣ୍ଣବଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇନଥିବା କହିଛନ୍ତି କୋର୍ଟ ।

ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଅର୍ଣ୍ଣବଙ୍କୁ ଆଶ୍ୱସ୍ତି ଦେବାର କାରଣ ସମ୍ପର୍କରେ ମଧ୍ୟ କହିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରଠୁ ୪ ସପ୍ତାହ ଯାଏଁ ଅର୍ଣ୍ଣବଙ୍କ ଜାମିନ ବଳବତ୍ତର ରହିବ ।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ସୁପ୍ରମକୋର୍ଟ, ହାଇକୋର୍ଟ ଓ ବିଭିନ୍ନ ତଳକୋର୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ଅପରାଧିକ ଆଇନର ଦୂରୁପଯୋଗ ପ୍ରତି ସତର୍କ ରହିବା ଉଚିତ । ଯେଉଁ ନାଗରିକଙ୍କୁ ରାଜ୍ୟ ଜାଣିଶୁଣି ହଇରାଣ  କରେ ସେମାନଙ୍କ ପାଇଁ କୋର୍ଟର ଦ୍ୱାର ବନ୍ଦ ହୋଇପାରିବ ନାହିଁ । ଗୋଟିଏ ଦିନ ପାଇଁ ମଧ୍ୟ କାହାରି ମୌଳିକ ଅଧିକାର ଛିନ୍ନ କରିବା ଭୁଲ ବୋଲି କୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.