ବଢିବ ଅଣ୍ଣର୍ବ ଗୋସ୍ଵାମୀଙ୍କ ଅଡୁଆ: ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ସିଆଇଡିକୁ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର

Published By : Prameya-News7 Bureau | May 27, 2020 IST

ମୁମ୍ବାଇ ୨୭।୦୫:  ଗତ ବର୍ଷ ମହାରାଷ୍ଟ୍ରର ରାୟଗଡ ପୋଲିସ ଦ୍ଵାରା ୨୦୧୮ରେ ଏକ ଆତ୍ମହତ୍ୟା ମାମଲାରେ ରିପବ୍ଲିକ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ଵାମୀ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ରୁଜୁ କେସ୍‌କୁ ବନ୍ଦ କରି ଦେଇଥିଲା। ଏବେ ସିଆଇଡି ଦ୍ଵାରା ଏହି ମାମଲାର ପୁନଃଯାଞ୍ଚ ଆରମ୍ଭ ହେବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି।

ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ଅନଭୟ ନାୟକଙ୍କ ଝିଅଙ୍କ ଅନୁରୋଧକୁ ଆଧାର କରି ସିଆଇଡି ଏହି ମାମଲାର ପୁନଂ ଯାଞ୍ଚ କରିବ। ଅନଭୟ ଏବଂ ତାଙ୍କ ମାଁ କୁମୁଦ ନାୟକଙ୍କ ମୃତଶରୀର ମୁମ୍ବାଇ ନିକଟ ରାୟଗଡ ଜିଲ୍ଲାର ଆଲିବାଗସ୍ଥିତ ବଙ୍ଗଳାରୁ  ମିଳିଥଲା। ।

ଗତ ବର୍ଷ ରିପବ୍ଲିକ୍ ଟିଭି ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ଗୋସ୍ୱାମୀ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନଥିବା ଦର୍ଶାଇ ସ୍ଥାନୀୟ ପୋଲିସ ଗତ ବର୍ଷ ଏହି ମାମଲା ବନ୍ଦ କରି ଦେଇଥିଲା। ଅନଭୟ ମୁମ୍ବାଇ ସ୍ଥିତ ସ୍ଥାପତ୍ୟ ଏବଂ ଇଣ୍ଟେରିୟର ଡିଜାଇନିଂ ଫାର୍ମର କନକର୍ଡ ଡିଜାଇନ୍ସର ପରିଚାଳନା ନିର୍ଦ୍ଦେଶକ ଥିଲେ, ତାଙ୍କ ମା ଫାର୍ମର ବୋର୍ଡ ନିର୍ଦ୍ଦେଶକ ଥିଲେ। ରିପବ୍ଲିକ୍ ଟିଭି ପୂର୍ବରୁ କହିଥିଲା ​​ଯେ କନକୋର୍ଡ୍ ଡିଜାଇନ୍‌ର ସମସ୍ତ ବକେୟା ପୈଠ କରାଯାଇଛି।

ମଙ୍ଗଳବାର ଦିନ ଦେଶମୁଖ ଟୁଇଟ୍ କରି କହିଛନ୍ତି, “ଅଦନ୍ୟା ନାୟକ ମୋ ନିକଟରେ ଅଭିଯୋଗ କରିଛନ୍ତି ଯେ ଆଲିବାଗ ଥାନା ଅର୍ଣ୍ଣବ ଗୋସ୍ଵାମୀଙ୍କ ରିପବ୍ଲିକ ଟିଭି ପକ୍ଷରୁ ବକେୟା ପୈଠ ହୋଇନଥିବା ଘଟଣାର ତଦନ୍ତ କରି ନାହିଁ, ଯାହା ତାଙ୍କ ଉଦ୍ୟୋଗୀ ପିତା ଏବଂ ଜେଜେମାଙ୍କୁ ମେ ୨୦୧୮ରେ ଆତ୍ମହତ୍ୟା କରିବାକୁ ପ୍ରେରିତ କରିଛି।  

ଅଦନ୍ୟା ହେଉଛନ୍ତି ଅନଭୟଙ୍କ ଝିଅ।  ଅଦନ୍ୟା ଅଭିଯୋଗ କରିଛନ୍ତି ଯେ ପୋଲିସ ଅଣ୍ଣର୍ବ ଗୋସ୍ଵାମୀ ତାଙ୍କ ପିତାଙ୍କୁ ୮୩ ଲକ୍ଷ ଟଙ୍କା ଦେଇନଥିବା ଘଟଣାର ତଦନ୍ତ କରିନାହିଁ, ଯାହା ତାଙ୍କ ପିତାକୁ ଆତ୍ମହତ୍ୟା କରିବାକୁ ବିବଶ କରିଥିଲା।

ରାୟଗଡ ପୋଲିସ ଅଧୀକ୍ଷକ ଅନିଲ ପରାସ୍କର କହିଛନ୍ତି, “ମୃତଦେହ ମିଳିଥିବା ବେଳେ ଆମେ ତିନି ଜଣଙ୍କ ବିରୋଧରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲୁ। ତେବେ ଗତ ଏପ୍ରିଲରେ ଆମେ କୋର୍ଟରେ ଏକ ସାରାଂଶ ରିପୋର୍ଟ ଦାଖଲ କରିଥିଲୁ ଯେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ”

ଜଣେ ଅଧିକାରୀ କହିଛନ୍ତି ଯେ ଅନଭୟ ଆତ୍ମହତ୍ୟା କରିଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟରେ କୁମୁଦଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି। ଏହା ପରେ ପୋଲିସ ମଧ୍ୟ ହତ୍ୟା ମାମଲା ରୁଜୁ କରିଥିଲା। ପୋଲିସ ସନ୍ଦେହ କରୁଛି ଯେ ଅନଭୟ ହୁଏତ ତାଙ୍କ ମାଙ୍କୁ ହତ୍ୟା କରି ପରେ ନିଜେ ଆତ୍ମହତ୍ୟା କରିଛନ୍ତି। କୁମୁଦଙ୍କ ମୃତଦେହ ତଳ ମହଲା ସୋଫାରେ ମିଳିଥିବା ବେଳେ ଅନଭୟଙ୍କ ମୃତଶରୀର ପ୍ରଥମ ମହଲାରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ପୋଲିସ୍ ଇଂରାଜୀ ଭାଷାରେ ଲେଖା ହୋଇଥିବା ଏକ ସୁଇସାଇଡ୍‌ ନୋଟ୍ ପାଇଥିଲା। ଯେଉଁଥିରେ କୁହାଯାଇଛି ଯେ ରିପ୍ଲବିକ ଅନଭୟ ଏବଂ ତାଙ୍କ ମା ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି କାରଣ ତିନୋଟି କମ୍ପାନୀର ମାଲିକ - ରିପବ୍ଲିକ୍ ଟିଭି, ଆଇକଷ୍ଟକ୍ସ / ସ୍କିମିଡିଆର ଫେରେଜ ଶେଖ ଏବଂ ନୀତୀଶ ସାରଦାଙ୍କ ଦ୍ଵାରା ଦେୟ ପୈଠ କରାଯାଉନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.