ନୂଆଦିଲ୍ଲୀ ୧୩।୧: ଭାରତୀୟ ସେନା ନିଜ ଜବାନଙ୍କୁ ଏବେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରୁଛି, ଏହି ସମୟରେ ନିଜର ୧୦ ଲକ୍ଷ ସୈନିକଙ୍କୁ ବିନା ଅସ୍ତ୍ରଶସ୍ତ୍ରରେ ହାତରେ ଲଢିବାର କଳାରେ ନିପୁଣ କରୁଛି।ଏଥିଲାଗି ସେନା ମାର୍ସଲ ଆର୍ଟକୁ ମିଶାଇ ଏକ ନୂଆ ପ୍ରଶିକ୍ଷଣ କୋର୍ସ ପ୍ରସ୍ତୁତ କରିବା ସହ ଏହାକୁ ତତ୍କାଳ କାର୍ଯ୍ୟକାରୀ କରୁଛି। ଏହି ନୂଆ ପ୍ରଶିକ୍ଷଣ କୋର୍ସର ନାମ ‘ଆର୍ମି ମାର୍ଶଲ ଆର୍ଟସ୍ ରୁଟିନ’ (ଏଏମଏଆର) ରଖା ଯାଇଛି।
{"id":732659,"width":842,"height":421,"sizeSlug":"full","linkDestination":"none"}ଏଥିରେ ଯେଉଁ ପ୍ରଶିକ୍ଷଣ ପ୍ରଦାନ କରାଯିବ ସେଥିରେ ଜବାନଙ୍କୁ ବିନା ଅସ୍ତ୍ରରେ ଶତ୍ରୁର ମୁକାବିଲା ଶିକ୍ଷା ଦିଆଯିବ। ପୂର୍ବଲଦ୍ଦାଖ କ୍ଷେତ୍ରର ଗଲୱାନ ଘାଟିରେ ଭାରତୀୟ ସେନାକୁ ୨୦୨୦ ମସିହାରେ ଚୀନ୍ ସେନା ସହ ବିନା ଅସ୍ତ୍ରଶସ୍ତ୍ରରେ ଲଢିବାକୁ ପଡିଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନିକ ଶହିଦ ହୋଇଥିଲେ। ଏମିତିରେ ସୀମାରେ ପାଟ୍ରୋଲିଂ କରୁଥିବା ସୈନିକଙ୍କୁ ବିଭିନ୍ନ ବୁଝାମଣା ଯୋଗୁ ପାଖରେ ଅସ୍ତ୍ରଶସ୍ତ୍ର ରଖିବାକୁ ମନା ହୋଇଛି। ଏଣୁ ଏପରି କେତେକ ପରିସ୍ଥିତି ସୃଷ୍ଟି ହୁଏ ଯେଉଁଥିରେ ସୈନିକଙ୍କୁ ବିନା ଅସ୍ତ୍ରଶସ୍ତ୍ରରେ ଖାଲି ହାତରେ ଶତ୍ରୁର ମୁକାବିଲା କରିବାକୁ ପଡୁଛି।
{"id":732660,"sizeSlug":"full","linkDestination":"none"}ଏହିପରି ଏକ ଘଟଣା ନିକଟରେ ଅଋଣାଚଳ ପ୍ରଦେଶ ସୀମାରେ ଉପୁଜିଥିଲା। ସତର୍କ ଭାରତୀୟ ସେନା ଚୀନ୍ ସୈନିକଙ୍କୁ ବିନା ଅସ୍ତ୍ରଶସ୍ତ୍ରରେ ଘଉଡାଇବାକୁ ସମର୍ଥ ହୋଇଥିଲେ। ଗଲୱାନ ଘାଟିରେ ମିଳିଥିବା ଶିକ୍ଷା ଅଋଣାଚଳ ପ୍ରଦେଶରେ କାମରେ ଆସିଥିଲା। ଏଣୁ ସେନା ଏପରି ଏକ ସୈନ୍ୟ ବଳ ଗଠନ କରିବାକୁ ଉଦ୍ୟମ କରୁଛି। ଏଥିରେ ଭାରତୀୟ ସେନାକୁ ଦୁଇଟି ପର୍ଯ୍ୟାୟରେ ପ୍ରଶିକ୍ଷିତ କରାଯିବ। ବେସିକ ଅମର କୋର୍ସ ଓ ଆଡଭାନ୍ସ ଅମର କୋର୍ସ ରେ ସୈନିକଙ୍କୁ ପ୍ରସ୍ତୁତ କରାଯାଇଛି। ସୈନିକ ବେସିକ କୋର୍ସ ପୁରା କରିବା ପରେ ଆଡଭାନ୍ସ କୋର୍ସ କରିବେ। ଏଥି ପାଇଁ ପ୍ରଶିକ୍ଷଣ ମଡ୍ୟୁଲ ପ୍ରସ୍ତୁତ ହୋଇସାରିଥିବା ବେଳେ ଏଥିପାଇଁ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି।