ବାଂଲାଦେଶ ସେନା ଗାଡ଼ିକୁ ଟାର୍ଗେଟ୍; ଯବାନ, ସାମ୍ବାଦିକ, ସାଧାରଣ ଲୋକ ସମେତ ୧୫ ଆହତ

Published By : Prameya-News7 Bureau | August 11, 2024 IST

ନୂଆଦିଲ୍ଲୀ: ସରକାର, ସାଧାରଣ ଲୋକ, ଅଧିକାରୀ, ବିଚାରପତି ଆଉ ଏବେ ସେନା । ବାଂଲାଦେଶରେ କେହି ବି ସୁରକ୍ଷିତ ନୁହଁନ୍ତି । କିଛି ଦିନ ପଡୋଶୀ ଦେଶରେ ଜାରି ରହିଥିବା ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏହାରି ଭିତରେ ପ୍ରଦର୍ଶନକାରୀ ବାଂଲାଦେଶ ସେନାର ଯବାନଙ୍କୁ ଟାର୍ଗେଟ୍ କରିଛନ୍ତି । ଗୋପଳଗଞ୍ଜରେ ସୁରକ୍ଷାବଳ ଗାଡ଼ି ଉପରେ ହମଲା ହୋଇଛି । ଢାକା ଟ୍ରିବ୍ୟୁସନ ରିପୋର୍ଟ ମୁତାବକ, ଏହି ଆକ୍ରମଣରେ ଯବାନ, ସାମ୍ବାଦିକ ଏବଂ ସ୍ଥାନୀୟ ଲୋକ ସମେତ ୧୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣଙ୍କୁ ଗୁଳି ବାଜିଛି । ଏହି ଘଟଣା ଶନିବାର ପ୍ରାୟ ଅପରାହ୍ଣ ୪ଟାରେ ଘଟିଛି ।  ଆବାମୀ ଲିଗର ହଜାର ହଜାର ସଂଖ୍ୟାରେ ସମର୍ଥକ ଶେଖ୍ ହସିନାଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି କରି ଏହି ହିଂସାତ୍ମକ ଘଟଣା ଭିଆଇଛନ୍ତି ।  

ଆବାମୀ ଲିଗର ବହୁ ସଂଖ୍ୟାରେ ପ୍ରଦର୍ଶନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶକୁ ଫେରାଇ ଆସିବାକୁ ଦାବି କରିଥିଲେ । ସେମାନେ ଢାକା-ଖୁଲନା ରାଜମାର୍ଗକୁ ଅବରୋଧ କରିଥିଲେ । ଏହି ସମୟରେ ବାଂଲାଦେଶ ସେନାର ଗାଡ଼ ସେଠାରେ ପହଞ୍ଚିଥିଲା ଏବଂ ବିକ୍ଷୋଭକାରୀଙ୍କୁ ରାସ୍ତା ଆବରୋଧ ହଟାଇବାକୁ ଅପିଲ୍ କରାଯାଇଥିଲା । ମାତ୍ର ହିଂସାକାରୀ ସେନା ଉପରକୁ ପଥର ମାଡ଼ କରିଥିଲେ । ଏହାକୁ ଦମନ କରିବାକୁ ସୁରକ୍ଷାବାହିନୀ ଲାଠି ଚାର୍ଚ୍ଚ କରିଥିଲା । ମାତ୍ର ପ୍ରଦର୍ଶନକାରୀମାନେ ସେନା ଗାଡିକୁ ଟାର୍ଗେଟ୍ କରିଥିଲେ । ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।  

ଗୋପାଳଗଞ୍ଜ ସେନା କ୍ୟାମ୍ପର ଲେଫ୍ଟନାଣ୍ଟ କର୍ଣ୍ଣଲ ମକସୁଦୁର ରହମାନ ହିଂସାକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାୟ ୩ ହଜାରରୁ ୪ ହଜାର ଲୋକ ଏକଜୁଟ ହୋଇ ରାସ୍ତାକୁ ଜାମ୍ କରିଦେଇଥିଲେ । ଏହି ହମଲାରେ ସେନା କିଛି ଯବାନ ଆହତ ହୋଇଛନ୍ତି । ଗୋପନାଥପୁର ସଂଘର ପୂର୍ବତନ ଅଧ୍ୟକ୍ଷ ଲଚ୍ଛୁ ଶରିଫ୍ କହିଛନ୍ତି, ସେନା ଭିଡ଼କୁ ନିୟନ୍ତ୍ରଣ କରିବାକୁ ଗୁଳିମାଡ଼ କରିଥିଲା । ଜଣେ ଛୋଟ ପିଲା ସମେତ ଦୁଇ ଜଣଙ୍କ ଗୁଳି ଲାଗିଛି । ଘଟଣାରେ କୌଣସି ମୃତାହତ ହୋଇନାହିଁ ।..

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.