ରାଜଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା; ଆର୍ମି ଟ୍ରକ୍ ଟାୟାର ଫାଟି ୫ମୃତ, ଅନେକ ଆହତ

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ ୧୩।୦୫: ସୋମବାର ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ସୈନିକ ଏବଂ ଅନ୍ୟ ତିନିଜଣ ମୃତ୍ୟୁ ବରଣ କରିଛନ୍ତି । ଏହି ଦୁର୍ଘଟଣା ପିଲୁଖେଡିରେ NH 46ର ଓସୱାଲ କାରଖାନା ସମ୍ମୁଖରେ ଘଟିଛି। ସୂଚନା ଅନୁଯାୟୀ, ଟାୟାର ଫାଟିଯିବା ପରେ ସେନା ଟ୍ରକ ଏକ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସ୍ ଭୋପାଳ ଆଡକୁ ଯାଉଥିଲା। ଏହି ସମୟ ମଧ୍ୟରେ ହଠାତ୍ ସେନା ଟ୍ରକର ଟାୟାର NH 46ର ଓସୱାଲ କାରଖାନା ସମ୍ମୁଖରେ ଫାଟିଗଲା ଏବଂ ଏହା ବସ୍ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସ୍‌ରେ ଥିବା ତିନି ଜଣ ଯାତ୍ରୀ ଏବଂ ଦୁଇଜଣ ସେନା କର୍ମଚାରୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। 

ନିକଟସ୍ଥ ଲୋକମାନେ ଦୁର୍ଘଟଣା ସମ୍ପର୍କରେ ପୋଲିସ ଏବଂ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଆହତମାନଙ୍କୁ ବସ୍‌ରୁ ବାହାର କରି ଡାକ୍ତରଖାନା ପଠାଯାଇଥିଲା। କାରଖାନାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ବିହାରର ବାସିନ୍ଦା ବୋଲି କୁହାଯାଉଛି। ଏଥି ସହିତ ଦୁର୍ଘଟଣାର ସୂଚନା ଉପରେ ବହୁ ସେନା ଅଧିକାରୀ ଏବଂ ବହୁ ସଂଖ୍ୟକ ପୋଲିସ ବାହିନୀ ଉପସ୍ଥିତ ଅଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.