ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଶ୍ରୀଲଙ୍କାରେ ପରିସ୍ଥିତି ସମ୍ଭାଳିଲା ସେନା, ବିଭିନ୍ନ ସ୍ଥାନରେ ଜନତା-ଫୋର୍ସ ମୁହାଁମୁହିଁ ୧ ମୃତ, ୪୫ ଆହତ

14/07/2022 at 8:43 PM

କଲମ୍ବୋ ୧୪।୭: ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ଚାଲିଯିବା ପରେ ସେନା ପରିସ୍ଥିତି ସମ୍ଭାଳିଛି। ଅପରପଟେ ବିକ୍ଷୋଭକାରୀ ସଡ଼କ ଉପରେ ଅଡି ରହିଥିବା ବେଳେ ପଛକୁ ହଟିବାକୁ ରାଜି ହେଉ ନାହାନ୍ତି। ପରିସ୍ଥିତି ବେଳକୁ ବେଳ ବିଗୁଡୁଥିବା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷାବଳଙ୍କ ସହ ସଂଘର୍ଷରେ ଏପର୍ଯ୍ୟନ୍ତ ୪୫ ଜଣ ନାଗରିକ ଆହତ ହୋଇଥିବାର ଖବର ଆସୁଛି। ଆହତମାନଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଛି। ଏଥିରେ ପୋଲିସ ସହ ସଂଘର୍ଷରେ ଲୁହାବୁହା ବାସ୍ପ ସଂସ୍ପର୍ଶରେ ଆସିଥିବା ଜନୈକ ୨୬ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ହୋଇଛି।

ଯୁବକ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ତେବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ଦେଶଛାଡି ପଳାୟନ କରିଥିବା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ମାଲଦ୍ୱୀପରୁ ସିଙ୍ଗାପୁର ରାସ୍ତାରେ ସାଉଦୀ ଆରବ ଯାଉଥିବା ଜଣାପଡିଛି। ରାଜପକ୍ଷେ ଜୁଲାଇ ୧୩ ତାରିଖ ଦିନ ଇସ୍ତଫା ଦେବାର ଥିଲା ତେବେ ସେ ଏପର୍ଯ୍ୟନ୍ତ ତାଙ୍କ ପଦ ଛାଡି ନାହାନ୍ତି। ଏଣୁ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମସିଂହେଙ୍କୁ ଦେଶରେ କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଇଛି। ତେବେ ରାଜଧାନୀ କଲମ୍ବୋରେ ବିରୋଧ ଜାରି ରହିଛି।

ଉପୁଜିଥିବା ପରିସ୍ଥିତିରେ ୧୪ ଜୁଲାଇ ମଧ୍ୟାହ୍ନ ୧୨ଟାରୁ ୧୫ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ କଲମ୍ବୋରେ କର୍ଫ୍ୟୁ ଜାରି କରାଯାଇଛି। ବିକ୍ଷୋଭକାରୀ ବୁଧବାର ପ୍ରଧାନମନ୍ତ୍ରୀ ରନିଲ ୱିକ୍ରମ ସିଂହେଙ୍କ ବାସଭବନ ଉପରେ ଚଢଉ କରି ଇସ୍ତଫା ଦାବି କରିଥିଲେ। ଏଣୁ ବିଗୁଡୁଥିବା ପରିସ୍ଥିତିରେ ସେନା ପରିସ୍ଥିତି ସମ୍ଭାଳିଥିବା ବେଳେ ସରକାର ସେନାକୁ ପର୍ଯ୍ୟାପ୍ତ କ୍ଷମତା ପ୍ରଦାନ କରିଛନ୍ତି। ସେନା ବାହନ ସଡକ ଉପରେ ଓହ୍ଲାଇ ଦିଆଯାଇଛି।  ବିକ୍ଷୋଭକାରୀଙ୍କ ଉପରେ ସେନା ବାହନରୁ ନଜର ରଖିଛି।

   Related Posts