ଅଗ୍ନିବୀର ନିଯୁକ୍ତିରେ ଜରୁରୀ ପରିବର୍ତ୍ତନ: ଶାରୀରିକ ପରୀକ୍ଷା ପୂର୍ବରୁ ଦେବାକୁ ହେବ ଅନଲାଇନ୍ ଟେଷ୍ଟ୍
23/02/2023 at 5:58 PM

ନୂଆଦିଲ୍ଲୀ, ୨୩/୦୨: ଭାରତୀୟ ସେନାର ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ଜରୁରୀ ପରିବର୍ତ୍ତନ। ନୂଆ ପରିବର୍ତ୍ତନ ଅନୁଯାୟୀ ପଞ୍ଜିକରଣ କରିଥିବା ଆଶାୟୀଙ୍କୁ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ଦ୍ବାରା ସର୍ଟଲିଷ୍ଟ କରାଯିବ। ଏହାପରେ ସେମାନଙ୍କୁ ଫିଜିକାଲ ଏବଂ ମେଡିକାଲ୍ ଟେଷ୍ଟ ପାଇ ଡକାଯିବ। ସୂଚନାଯୋଗ୍ୟ, ପଞ୍ଜିକରଣ ପ୍ରକ୍ରିୟା ଫେବୃଆରୀ ୧୬ ରୁ ଆରମ୍ଭ ହୋଇଛି ଏବଂ ମାର୍ଚ୍ଚ ୧୫ ରେ ପଞ୍ଜିକରଣ ପ୍ରକ୍ରିୟା ସମାପ୍ତ ହେବ। ଆଶାୟୀ ଆଧାର କାର୍ଡ ଏବଂ ଦଶମ ସାର୍ଟିଫିକେଟ୍ ମାଧ୍ୟମରେ ରେଜିଷ୍ଟେ୍ରସନ କରିପାରିବେ।
ଅଗ୍ନିବୀର ନିଯୁକ୍ତି 2023: ଜରୁରୀ ସୂଚନା
- କମ୍ପ୍ୟୁଟର ପରିଚାଳିତ ସିଇଇ ପରୀକ୍ଷା ଦେଶ ୧୭୬ ସ୍ଥାନରେ କରାଯିବ
- ଆଶାୟୀ ପାଞ୍ଚଟି ପରୀକ୍ଷା ସ୍ଥାନ ବାଛିପାରିବେ ଏବଂ ସେମାନେ ବାଛିଥିବା ୫ ସ୍ଥାନ ମଧ୍ୟରୁ ଗୋଟିଏରେ ପରୀକ୍ଷା ଦେଇପାରିବେ।
- ଅନଲାଇନ୍ ସିଇଇ ପରୀକ୍ଷା ପାଇଁ ପ୍ରତି ଆଶାୟୀଙ୍କ ଠାରୁ ୫୦୦ ଟଙ୍କା ରହିଥିବାବେଳେ ଆଶାୟୀଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିବ ଅଧା ଟଙ୍କା ସେନା ବହନ କରିବ
- ତେବେ ଅଧିକାରୀଙ୍କ କହିବା ଅନୁଯାୟୀ, ଫିଜିକାଲ ଏବଂ ମେଡିକାଲ ଟେଷ୍ଟ ପୂର୍ବରୁ କରାଯିବାକୁ ଥିବା ସିଇଇ ଟେଷ୍ଟ ଦ୍ବାରା ଭିଡ଼ କମ୍ କରାଯିବ।
- ଗତ ବର୍ଷ ଆବେଦନକାରୀଙ୍କ ଆବେଦନକାରୀଙ୍କ ପାଇଁ ଆୟୁ ସୀମାରେ ଗୋଟିଏ ଥର ପାଇଁ ଛାଡ଼ ହୋଇଥିଲା ଏବଂ ସର୍ବାଧିକ ସୀମା ୨୩ ବର୍ଷ ଥିଲା। ଯାହାକୁ ପୁଣିଥରେ ୨୧ ବର୍ଷ କରାଯାଇଛି ଏବଂ ସର୍ବନିମ୍ନ ଆୟୁ ସୀମା ୧୭ ବର୍ଷ ୬ ମାସ ରହିଛି।