ଇଦ୍‌ରେ ଘରକୁ ଆସି ଯବାନ ନିଖୋଜ; କାର୍‌ରେ ରକ୍ତ ଛିଟା, ସେନାର ସର୍ଚ୍ଚ ଅପରେସନ୍‌

Published By : Prameya-News7 Bureau | July 30, 2023 IST

ଶ୍ରୀନଗର ୩୦।୦୭: ଜାମ୍ମୁ କାଶ୍ମୀରର କୁଲଗାମରୁ ଜଣେ ସୈନିକ ନିଖୋଜ ଅଛନ୍ତି। ଇଦ୍ ଅବସରରେ ଛୁଟି ନେଈ ସେ ଘରକୁ ଆସିଥିଲେ। ସନ୍ଧ୍ୟାରେ ସୈନିକ ଘର ଫଅଈଁ କିଛି ସାମଗ୍ରୀ କିଣିବାକୁ ବାହାରକୁ ଯାଇଥିଲେ। ସେବେଠାରୁ ସେ ନିଖୋଜ ଅଛନ୍ତି। ସେନା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୈନିକଙ୍କ ନାମ ଜାଭେଦ୍ ଅହମ୍ମଦ ୱାନି।  ସେ କୁଲଗାମର ଅସଥଲର ବାସିନ୍ଦା । ଏହି ସମୟରେ ତାଙ୍କର ପୋଷ୍ଟିଂ ଲେହ (ଲଦାଖ) ରେ ଥିଲା । ଛୁଟି ନେବା ପରେ ସେ ଘରକୁ ଆସିଥିଲେ।

ଗତକାଲି ରାତି ପ୍ରାୟ ୮ ଟା ବେଳେ ସେ ତାଙ୍କ ଘର ପାଇଁ କିଛି ଜିନିଷ ଆଣିବାକୁ ଯାଇଥିଲେ। ଯାହା ପରେ ସେ ନିଖୋଜ ଥିଲେ । ଯେତେବେଳେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ପଡ଼ୋଶୀ ଏବଂ ଗାଁର ଅନ୍ୟ ଲୋକମାନେ ମିଳିତ ଭାବେ ତାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଖୋଜାଖୋଜି ସମୟରେ କୁଲଗାମ ନିକଟ ତାଙ୍କ ଅନଲକ୍ ହୋଇଥିବା ଆଲ୍ଟୋ କାର ଉଦ୍ଧାର କରାଯାଇଥିଲା। କାରରୁ କିଛି ରକ୍ତ ବୁନ୍ଦା ମଧ୍ୟ ଦେଖିବାକୁ ମିଳିଛି। ସେନା ଯବାନଙ୍କୁ ଖୋଜିବା ପାଇଁ ସେନା ଏବଂ ପୋଲିସ ମିଳିତ ଭାବେ ଏକ ବିଶାଳ ସର୍ଚ୍ଚ ଅପରେସନ କରୁଛନ୍ତି। ଏଥିସହ ପରିବାର ଲୋକ ଅପହରଣ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି।

wp:embed {"url":"https://www.prameyanews7.com/gst-will-be-12-percent-on-the-rent-of-hostels-paying-guests/","type":"wp-embed","providerNameSlug":"prameya-news-7"}
https://www.prameyanews7.com/gst-will-be-12-percent-on-the-rent-of-hostels-paying-guests/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.