ଟଳିଲା ବଡ଼ ଧରଣର ବିପଦ, କୁମ୍ବିଂ ଅପରେସନ୍ ବେଳେ ଲ୍ୟାଣ୍ଡ୍‌ ମାଇନ୍ ସହ ବହୁ ବିସ୍ଫୋରକ ଜବତ

Published By : Prameya-News7 Bureau | May 28, 2024 IST

କନ୍ଧମାଳ: କୁମ୍ବିଂ ଅପରେସନ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । କୋଟଗଡ଼ ଥାନା ଡ଼େଙ୍ଗାଗୁଡ଼ା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ୍ କରୁଥିବା ବେଳେ ଟିଫିନ୍ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ଟିଫିନ୍ ବୋମା ସହ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି ।

ସୂଚନାଥାଉକି, କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍ଓଜି, ସିଆରପିଏଫ୍ ଓ ଡିଭିଏଫ୍ ଜବାନ୍ କୋଟଗଡ଼ ଥାନା ଅଞ୍ଚଳରେ କୁମ୍ବିଂ ଅପରେସନ୍ ଜାରି ରଖିଛନ୍ତି  । ଏହାକୁ ନେଇ ପୂର୍ବ ଯୋଜନା ମୁତାବକ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲା ଲାଲବାହିନୀ । ଅପେରସନ୍ ବେଳେ ଉକ୍ତ ଜଙ୍ଗଲରେ କିଛି ବିସ୍ପୋରକ ଥିବା ସନ୍ଦେହ କରିଥିଲେ ଯବାନ।  ଆଉ ଡଗ ସ୍କ୍ବାଡ ସହ ଖୋଜ୍ କରି ଜୀବନ୍ତ ଲ୍ୟାଣ୍ଡ ମାଇନ୍‌ ଜବତ କରିଛନ୍ତି। ଏଥି ସହିତ ଲାସେରୀ ସଂରକ୍ଷିତ ଜଙ୍ଗଲରୁ ବହୁ ବିସ୍ପୋରକ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.