scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୂସ୍ଖଳନ ଯୋଗୁ ଫସି ରହିଥିଲେ ୨୦୦୦ରୁ ଅଧିକ ପର୍ଯ୍ୟଟକ: ଉଦ୍ଧାର କଲା ସେନା

18/06/2023 at 7:33 AM

ଉତ୍ତର ସିକ୍କିମ: ଭୂସ୍ଖଳନ ଯୋଗୁ ଫସି ରହିଥିଲେ ୨୦୦୦ରୁ ଅଧିକ ପର୍ଯ୍ୟଟକ। ଉଦ୍ଧାର କଲେ ସେନା ଓ ବିଆର୍‌ଓ କର୍ମୀ। ଶୁକ୍ରବାର ଉତ୍ତର ସିକ୍କିମ୍‌ ଚୁଙ୍ଗଥଙ୍ଗରେ ମୂସଳ ଧାରାରେ ବର୍ଷା ହୋଇଥିବାରୁ ଭୂସ୍ଖଳନ ଘଟି ରାସ୍ତାଘାଟ ବନ୍ଦ ହୋଇଯାଇଥିଲା। ଏକ ପୋଲ ମଧ୍ୟ ବୋହି ଯାଇଥିଲା ଫଳରେ ଉକ୍ତ ଏରିଆରେ ପାଖାପାଖି ୩୫୦୦ ପର୍ଯ୍ୟଟକ ଫସି ରହିଥିଲେ।

ଖବର ପାଇ ସେନା, ଷ୍ଟ୍ରାଇକିଂ ଲାଇଅନ ଡିଭିଜନ, ତ୍ରିଶକ୍ତି କର୍ପ୍ସ, ବୋର୍ଡ ରୋଡ୍ସ ଅର୍ଗାନାଇଜେସନ୍(ବିଆର୍‌ଓ) କର୍ମୀମାନେ ତୁରନ୍ତ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା କରିଥିଲେ। ରାତାରାତି ବିପର୍ଯ୍ୟୟ ସ୍ଥାନରେ ଅସ୍ଥାୟୀ ପୋଲ ତିଆରି କରି ଲୋକଙ୍କୁ ଉଦ୍ଧାର କରିବା ସହି ପର୍ଯ୍ୟଟକଙ୍କୁ ରହିବାକୁ ଅସ୍ଥାୟୀ ତମ୍ବୁ , ଗରମ ଖାଦ୍ୟ ଓ ଔଷଧ ଦିଆଯାଇଥିଲା।

ପଢ଼ନ୍ତୁ-ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ଘରକୁ ଫେରୁଥିବା ବେଳେ ଟିଏମ୍‌ସି ପ୍ରାର୍ଥୀଙ୍କୁ ହତ୍ୟା, ଜଣେ ଅଟକ

ମିଳିଥିବା ସୂଚନା ଅନୁସାରେ, ସଡକ ସଂଯୋଗ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଥିବାବେଳେ ପର୍ଯ୍ୟଟକଙ୍କ ସ୍ଥାନାନ୍ତର କରାଯିବ। ତମ୍ବୁ ଏବଂ ଚିକିତ୍ସା ସହାୟତା ପୋଷ୍ଟ ସ୍ଥାପନ କରାଯାଇଛି। ପର୍ଯ୍ୟଟକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ଯାତ୍ରା ପାଇଁ ରାସ୍ତା ସଫା ନହେବା ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକୀୟ ସହାୟତା ସେଠାରେ ଯୋଗାଇ ଦିଆଯିବ। ହିମାଳୟର ଉଚ୍ଛା ଅଞ୍ଚଳରେ ସୀମା ସୁରକ୍ଷାରେ ଥିବା ଭାରତୀୟ ସେନା ପର୍ଯ୍ୟଟକ ତଥା ସ୍ଥାନୀୟ ଜନସାଧାରଣଙ୍କୁ ସହାୟତା ଯୋଗାଇବା ଜାରି ରଖିଛି।

ଲଗାତାର ବର୍ଷା ଯୋଗୁ ଭୂସ୍ଖଳନ ସହ ବନ୍ୟା ଉତ୍ତର ସିକ୍କିମ୍‌ରେ ସ୍ଥିତି ଶୋଚନୀୟ ହୋଇପଡ଼ିଥିଲା। ରାସ୍ତା ବନ୍ଦ ହୋଇଯିବା ଯୋଗୁ ଶହ ଶହ ପର୍ଯ୍ୟଟକ ପ୍ରଭାବିତ ଅଞ୍ଚଳରେ ଫସି ରହିଥିଲେ। ଜିଲ୍ଲାର ପେଗୋଙ୍ଗ ଅଞ୍ଚଳ ବିଶେଷ ଭାବରେ ପ୍ରଭାବିତ ହୋଇଛି। ଫଳରେ ଜାତୀୟ ୧୦ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ପଢ଼ନ୍ତୁ-ଗଭୀର ଅବପାତରେ ପରିବର୍ତ୍ତିତ ହେଲା ‘ବିପରଯୋୟ’, କ୍ରମଶଃ ଅଧିକ ଦୁର୍ବଳ ହେବ

ଏଭଳି ସ୍ଥିତିରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତର ସିକ୍କିମ ଜିଲ୍ଲା ପ୍ରଶାସନ ହେଲ୍ପ ଲାଇନ୍ ନମ୍ବର ଜାରି କରିଛନ୍ତି। ପର୍ଯ୍ୟଟକଙ୍କ ବିଷୟରେ କୌଣସି ପ୍ରଶ୍ନ ଥିଲେ ୮୫୦୯୮୨୨୯୯୭ କିମ୍ବା ୧୧୬୪୬୪୨୬୫କୁ କଲ୍ କରିବାକୁ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି।

   Related Posts