ପ୍ରବଳ ବରଫପାତ ଯୋଗୁଁ ଫସିଥିଲେ ୪୦୦ ପର୍ଯ୍ୟଟକ, ଉଦ୍ଧାର କଲେ ସେନା ଯବାନ
13/03/2023 at 11:47 AM

ନୂଆଦିଲ୍ଲୀ, ୧୩/୦୩: ପ୍ରବଳ ବରଫପାତ ଯୋଗୁଁ ଫସିଥିଲେ ୪୦୦ ପର୍ଯ୍ୟଟକ। ସିକ୍କିମରେ ବରଫପାତ ଫସିଥିବା ପ୍ରାୟ ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ସେନା ଯବାନ। ଏମିତିକି ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ସହ ଭୋଜନ ସହ ଅନ୍ୟାନ୍ୟ ଜରୁରୀକାଳୀନ ସହାୟତା ପ୍ରଦାନ କରିଥିଲେ। ସୁରକ୍ଷା ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଯାହାକୁ ନେଇ ସେନା ଯବାନଙ୍କର ଖୁବ୍ ପ୍ରଶଂସା ମଧ୍ୟ କରାଯାଉଛି।
ପ୍ରତିରକ୍ଷା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ କହିଛନ୍ତି ଯେ ୧୪୨ ମହିଳା ଏବଂ ପ୍ରାୟ ୧୦୦ ଗାଡ଼ିରେ ଯାତ୍ରା କରୁଥିବା ୫୦ ଶିଶୁଙ୍କ ସହ ପ୍ରାୟ ୪୦୦ ପର୍ଯ୍ୟଟକ ଶନିବାର ଦ୍ବିପ୍ରହରରେ ନାଟୂ ଲା ଏବଂ ତ୍ସୋମଗୋ ହ୍ରଦରୁ ଫେରିବା ସମୟରେ ଫସିଥିଲେ। ତ୍ରିଶକ୍ତି କୋରର ଯବାନ ପୋଲିସ୍ ସହ ମିଶି କାମ କରିଥିଲେ। ପ୍ରଶାସନ ମଧ୍ୟ ଉଦ୍ଧାର ଅଭିଯାନରେ ସାମିଲ୍ ହୋଇଥିଲା।

ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଓ୍ବତ କହିଛନ୍ତି ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ଏବଂ ଆଶ୍ରୟ, ଗରମ କପଡ଼ା, ଚିକିତ୍ସା ସହାୟତା ଏବଂ ଗରମ ଭୋଜନ ପ୍ରଦାନ କରାଯାଇଥିଲା। ସୈନିକ ସବୁ ପର୍ଯ୍ୟଟକଙ୍କୁ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ତେବେ ସୈନିକଙ୍କ ତ୍ବରିତ ପ୍ରତିକ୍ରିୟା ଫଳରେ ଖରାପ ପାଣିପାଗରେ ଫସିଥିବା ପର୍ଯ୍ୟଟକଙ୍କୁ ଆଶ୍ରୟ ଏବଂ ଆରାମ ପ୍ରଦାନ କରାଯାଇଛି ଏବଂ ଗ୍ୟାଙ୍ଗଟୋକ୍ରେ ଗାଡ଼ି ଚଳାଚଳକୁ ସକ୍ଷମ କରିବା ପାଇଁ କାମ ଜାରି ରହିଛି। ଫସିଥିବା ପର୍ଯ୍ୟଟକଙ୍କୁ ପ୍ରଶାସନ ଏବଂ ସେନା ଦ୍ବାରା ପ୍ରଦାନ କରାଯାଇଥିବା ତୁରନ୍ତ ସହାୟତାକୁ ପ୍ରଶଂସା କରିଛି।