ଦୁର୍ଘଟଣାର ୯ ମାସ ପରେ ମିଳିଲା ୩ ଯବାନଙ୍କ ମୃତଦେହ: ୧୮ ହଜାର ଫୁଟ୍ ଖୋଳାଯିବା ପରେ ଉଦ୍ଧାର

Published By : Prameya-News7 Bureau | July 10, 2024 IST

indiatoday

ନୂଆଦିଲ୍ଲୀ: ଦୁର୍ଘଟଣାର ୯ ମାସ ପରେ ବରଫ ଗଦାରୁ ଉଦ୍ଧାର ହେଲା ୩ ସେନା ଯବାନଙ୍କ ମୃତଦେହ। ଗତବର୍ଷ ଅକ୍ଟୋବରରେ ସେନା ଟିମ୍ ଲଦାଖର ମାଉଣ୍ଟ କୁନ ଠାରେ ଡ୍ୟୁଟି କରିଥୁବା ବେଳେ ବରଫସ୍ଖଳନର ଶିକାର ହୋଇଥିଲେ। ଏଥିରେ ୩ ଜଣଙ୍କ ମୃତଦେହ ନିଖୋଜ ହୋଇଯାଇଥିଲା। 

ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ବ୍ରିଗେଡିୟର ଏସ୍‌ଏସ୍‌ ଶେଖାୱତଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଥିଲା।  ଦୀର୍ଘ ୯ ଧରି ପ୍ରତିଦିନ ସିଧା ୧୦ ରୁ ୧୨ ଘଣ୍ଟା ୧୮,୭୦୦ ଫୁଟରେ ଖୋଳା ଯାଇଥିଲା। ଟନ୍ ଟନ୍ ବରଫ ହଟାଯିବା ପରେ ମୃତଦେହ ମିଳିଥିଲା। ଏହି ଅପରେସନ ମୋ ଜୀବନର ସବୁଠାରୁ ମହତ୍ୱପୂର୍ଣ୍ଣ ଅପରେସନ ଥିଲା ବୋଲି ଏସ୍‌ଏସ୍‌ ଶେଖାୱତ କହିଛନ୍ତି। 

ଗତବର୍ଷ ଅକ୍ଟୋବର ମାସରେ ହାଇ ଅଲ୍ଟିଟ୍ୟୁଡ୍ ୱାରଫେର ସ୍କୁଲଓ ଭାରତୀୟ ସେନାର ଆର୍ମି ଆଡଭେଞ୍ଚର ୱିଙ୍ଗର ଟିମ୍ ମାଉଣ୍ଟ କୁନ ନିକଟରେ ନିୟମିତ ପ୍ରଶିକ୍ଷଣରେ ବ୍ୟସ୍ତ ଥିଲେ। ଏହି ସମୟରେ ହିମ ସ୍କଳନ ହେବାରୁ ସେନା ଯବାନ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ବରଫ ତଳେ ଚାପି ହୋଇଯାଇଥିଲେ। ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ହୋଇଯାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.